ଭୁବନେଶ୍ୱର: ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଦଶମ ଶ୍ରେଣୀ ସିବିଏସ୍ଇ ପରୀକ୍ଷାରେ କୁମାରୀ ଆରାଧନା ମନସ୍ୱିନୀ ଓ ଅଭିପ୍ସା ମହାନ୍ତି ୯୯ପ୍ରତିଶତ ନମ୍ବର ରଖିଥିବା ବେଳେ ୭୨ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଊର୍ଧ୍ୱ ନମ୍ବର ରଖିଛନ୍ତି। ସେହିପରି ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ସୁଜ୍ଞାନ ମିଶ୍ର ୯୭ ପ୍ରତିଶତ, ବାଣିଜ୍ୟରେ ନିଶା ଶର୍ମା ୯୩.୪ ପ୍ରତିଶତ ରଖିଥିବା ବେଳେ ୯୦ ପ୍ରତିଶତରୁ ଊର୍ଧ୍ୱ ନମ୍ବର ରଖିଥିବା ୩୨ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଶିଷ୍ଟ ବୈଜ୍ଞାନିକ ମନୀଷ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ୍ ରଘୁନାଥ ମିଶ୍ର, ମ୍ୟାନେଜର ପ୍ରତାପ କୁମାର ଜେନା, ଆଡିସ୍ନାଲ୍ ମ୍ୟାନେଜର ଚିତ୍ତ ରଞ୍ଜନ ବରିସଲ୍, ବିଦ୍ୟାଳୟର ଅଧ୍ୟକ୍ଷା ସନ୍ଧ୍ୟା ଜେନା, ଉପାଧ୍ୟକ୍ଷା ପଲ୍ଲବୀ ମହାପାତ୍ର, ପର୍ଯ୍ୟବେକ୍ଷକ ନଳିନୀକାନ୍ତ ମହାନ୍ତି ଓ ଶିବାନୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ। ବିଦ୍ୟାଳୟର ବାର୍ଷିକ ପତ୍ରିକା ବିନ୍ଦୁଶ୍ରୀ ଉନ୍ମୋଚିତ ହୋଇଥିଲା।
ବିଜେଇଏମ୍ ସ୍କୁଲର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
/sambad/media/post_attachments/wp-content/uploads/2018/06/bjhem.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)