ବିଜେଇଏମ୍‌ ସ୍କୁଲ୍‌ରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ସ୍କୁଲ୍‌ର ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲ୍‌ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଭଞ୍ଜକଳା ମଣ୍ଡପରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଆଇସିଏଆର୍‌ର ବୈଜ୍ଞାନିକ ପି ଏସ୍ ବ୍ରହ୍ମାନନ୍ଦ ଯୋଗ ଦେଇ ମହାପୁରୁଷଙ୍କ ଜୀବନୀକୁ ଅବଲୋକନ ପୂର୍ବକ ପିଲାଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି ଓ ଅନ୍ତର୍ନିହିତ ଗୁଣର ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ରଘୁନାଥ ମିଶ୍ର ପିଲାମାନଙ୍କୁ ସମୟାନୁବର୍ତ୍ତୀ ଓ ପରିଶ୍ରମୀ ହେବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ମ୍ୟାନେଜର୍‌ ପ୍ରତାପ କୁମାର ଜେନା ପିଲାଙ୍କ ନୈତିକ ଓ ବୌଦ୍ଧିକ ବିକାଶ ଉପରେ ଆଲୋକପାତ କରିଥିଲେ। ପରିଚାଳନା କମିଟିର ଆଡିସ୍‌ନାଲ୍‌ ମ୍ୟାନେଜର୍‌ ଚିତ୍ତରଞ୍ଜନ ବୈରିଶାଲ, ଉପାଧ୍ୟକ୍ଷା ପଲ୍ଲବୀ ମହାପାତ୍ର, ପର୍ଯ୍ୟବେକ୍ଷକ ଶିବାନୀ ପଟ୍ଟନାୟକ, ସୁଚରିତା ଦାସ ଓ ବରିଷ୍ଠ ଶିକ୍ଷକ ନଳିନୀକାନ୍ତ ମହାନ୍ତି ପ୍ରମୁଖ ଉଦ୍‌ବେ‌ାଧନ ଦେଇଥିଲେ। ଅଧ୍ୟକ୍ଷା ସନ୍ଧ୍ୟା ଜେନା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଦଶମ ‌େଶ୍ରଣୀର ୯୨ ଜଣ, ଦ୍ବାଦଶ ବିଜ୍ଞାନର ୪୭ ଜଣ ଓ ବାଣିଜ୍ୟର ୪ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ପର୍ଯ୍ୟବେକ୍ଷକ ବରଦା ପ୍ରସାଦ ପାଇକରାୟ ଧନ୍ୟବାଦ ଅର୍ପଣ କରିଥି‌େଲ।

ସମ୍ବନ୍ଧିତ ଖବର