ବିଜେଇଏମ୍‌ ସ୍କୁଲ୍‌ର ଡ୍ରିମ୍‌ସ୍କେପ୍‌

ଭୁବନେଶ୍ବର: ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଡ୍ରିମ୍‌ସ୍କେପ୍-୨୦୧୮ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ ପିଲାମାନଙ୍କ ବୌଦ୍ଧିକ ଓ ମାନସିକ ସମୃଦ୍ଧି ଉପରେ ଗୁରୁତ୍ବାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଏମ୍‌ସି ଡେପୁଟି ମେୟର କେ ଶାନ୍ତି ଯୋଗ ଦେଇଥିଲେ। ସ୍କୁଲ୍‌ର ପରିଚାଳନା କମିଟି ମ୍ୟାନେଜର୍ ପ୍ରତାପ କୁମାର ଜେନା ସ୍ବାଗତ ଭାଷଣ ଦେବା ସହ ପିଲାମାନଙ୍କ ଦକ୍ଷତାକୁ ପ୍ରଶଂସା କରିଥିଲେ। ପରିଚାଳନା କମିଟି ଚେୟାରମ୍ୟାନ୍ ରଘୁନାଥ ମିଶ୍ର ବାର୍ଷିକ ଉତ୍ସବର ଭୂମିକା ଉପରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷା ସନ୍ଧ୍ୟା ଜେନା ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ପରିଚାଳନା କମିଟିର ଆଡ୍‌ସିନାଲ୍‌ ମ୍ୟାନେଜର୍ ଚିତ୍ତରଞ୍ଜନ ବୈରିଶାଲ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଉପାଧ୍ୟକ୍ଷା ପଲ୍ଲବୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପିଲାମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର