ଭୁବନେଶ୍ୱର : ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ(ଯୁକ୍ତ୩) ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ବାଣିଜ୍ୟରେ ପାସ୍ହାର ସର୍ବାଧିକ ୯୩.୯% ହୋଇଛି। ବିଜ୍ଞାନ ବିଭାଗରେ ୯୦.୯୦% ଓ କଳା ବିଭାଗରେ ୮୮.୩୦% ହୋଇଛି। କଳା ବିଭାଗରେ ସର୍ବାଧିକ ୪୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୮୫ ଜଣ ପାସ୍ କରିଛନ୍ତି। ୨୨୩ ଜଣ ଡିଷ୍ଟିଙ୍କସନ୍ ସହ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ୨୭ ଜଣ ପ୍ରଥମ ଶ୍ରେଣୀ, ୫୫ ଜଣ ଡିଷ୍ଟିଙ୍କସନ୍ ସହ ଦ୍ବିତୀୟ ଶ୍ରେଣୀ, ୭୫ ଜଣ ଦ୍ବିତୀୟ ଶ୍ରେଣୀ, ୫ ଜଣ ବିନା ଅନର୍ସରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୫୧ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି। ହିନ୍ଦୀ ବିଷୟରେ ପାସ୍ହାର ଶତପ୍ରତିଶତ ହୋଇଛି। ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ୧୯୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୦ ଜଣ ପାସ୍ କରିଛନ୍ତି। ୧୦୧ ଜଣ ଡିଷ୍ଟିଙ୍କସନ୍ ସହ ପ୍ରଥମ ଶ୍ରେଣୀ, ୭୦ ଜଣ ପ୍ରଥମ ଶ୍ରେଣୀ ଓ ୯ ଜଣ ଦ୍ବିତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ୧୮ ଜଣ ପରୀକ୍ଷାର୍ଥୀ ଫେଲ୍ ହୋଇଛନ୍ତି। ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ୨୪୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୩୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୩୩ ଜଣ ଡିଷ୍ଟିଙ୍କସନ୍ ସହ ପ୍ରଥମ ଶ୍ରେଣୀ, ୬୦ ଜଣ ପ୍ରଥମ ଶ୍ରେଣୀ, ୬ ଜଣ ଡିଷ୍ଟିଙ୍କସନ୍ ସହ ଦ୍ବିତୀୟ ଶ୍ରେଣୀ ଓ ୩୧ ଜଣ ଦ୍ବିତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ୧୫ ଜଣ ଫେଲ୍ ହୋଇଥିବା ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା ସୁପ୍ରଭା ପଟ୍ଟନାୟକ କହିଛନ୍ତି।
ପଦାର୍ଥ ବିଜ୍ଞାନ ବିଷୟର ଛାତ୍ରୀ ସୁଜ୍ଞାନ ପରିଡ଼ା ୨୬୦୦ରୁ ୨୩୭୦ ମାର୍କ ରଖି ଶ୍ରେଷ୍ଠ ଗ୍ରାଜୁଏଡ୍ ସହ ବିଜ୍ଞାନ ବିଭାଗର ଟପର୍ ହୋଇଛନ୍ତି। ମନୋବିଜ୍ଞାନ ବିଷୟର ଛାତ୍ରୀ ସିମରନ୍ ଶତପଥୀ ୨୩୦୫ ମାର୍କ ରଖି କଳା ବିଭାଗ ଓ ଆକାଉଣ୍ଟିଂ ବିଷୟର ଛାତ୍ରୀ ସୀମା ପରିଡ଼ା ୨୦୬୦ ମାର୍କ ରଖି ବାଣିଜ୍ୟ ବିଭାଗର ଟପର୍ ହୋଇଛନ୍ତି। ନୃତତ୍ତ୍ବ ବିଜ୍ଞାନରେ ସୁମେଧା ଶୁଭଦର୍ଶିନୀ, ଅର୍ଥନୀତିରେ ଅର୍ପିତା ଦାଶ, ଶିକ୍ଷାରେ ପ୍ରିୟମ୍ବଦା ନାୟକ, ଇଂରାଜୀରେ ଆଙ୍କାକ୍ଷା ଦାସ, ଭୂଗୋଳରେ ସ୍ବରୂପା ମହାପାତ୍ର, ମ୍ୟୁଜିକ୍(ଏଚ୍ଭି)ରେ ପଲ୍ଲବୀ ପଟ୍ଟନାୟକ, ହିନ୍ଦୀରେ ରୋଜାଲିନ୍ ବେହେରା, ଇତିହାସରେ ସୁଚରିତା ପ୍ରଧାନ, ଓଡ଼ିଆରେ ପ୍ରୀତମ୍ ରାଉତ, ଦର୍ଶନଶାସ୍ତ୍ରରେ ଏସ୍ କଲ୍ୟାଣୀ ରେଡ୍ଡୀ, ରାଜନୀତି ବିଜ୍ଞାନରେ ଶାଶ୍ବତୀ ତ୍ରିପାଠୀ, ମନୋବିଜ୍ଞାନରେ ସିମରନ୍ ଶତପଥୀ, ସଂସ୍କୃତରେ ଅଙ୍କିତା ଆରାଧନା ଦାସ, ସମାଜ ବିଜ୍ଞାନରେ ସ୍ତୁତି ସମ୍ପ୍ରିତି ଟପର୍ ହୋଇଛନ୍ତି। ବାୟୋ-ଟେକ୍ନୋଲୋଜିରେ ନିଶୃତା ଅନୁଜା ବେହୁରା, ଉଦ୍ଭିଦ ବିଜ୍ଞାନରେ ଜୟଶ୍ରୀ ମହାନ୍ତି, ରସାୟନ ବିଜ୍ଞାନରେ ସଂଘମିତ୍ରା ନାୟକ, କମ୍ପ୍ୟୁଟର ସାଇନ୍ସରେ ଜସ୍ମିନ୍ ସ୍ବାଇଁ, ଗଣିତରେ ରଞ୍ଜନ କୁମାର ମାଝି, ପଦାର୍ଥ ବିଜ୍ଞାନରେ ସୁଜ୍ଞାନ ପରିଡ଼ା, ଷ୍ଟାଟିଷ୍ଟିକ୍ସରେ ଖୁସି ଅଗ୍ରୱାଲ୍, ପ୍ରାଣୀ ବିଜ୍ଞାନରେ ମନିସା ଦାଶ, ଆକାଉଣ୍ଟିଂରେ ସୀମା ପରିଡ଼ା ଟପର୍ ହୋଇଥିବା ମହାବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ସନ୍ଦୀପ କୁମାର ରାୟ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/bjb.jpg)