ଭୁବନେଶ୍ବର : ଗତକାଲି ସଂଧ୍ୟାରେ ନିର୍ବାଚନ ପ୍ରଚାର ଶୋଭାଯାତ୍ରାରେ ଯାଉଥିବା ବେଳେ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଓ ଭୁବନେଶ୍ବର ମଧ୍ୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ଖରାପ ଭାଷାରେ ଗାଳି ଗୁଲଜ ସହ ଢେଲା ପଥର ମାଡ଼ ହୋଇଥିଲା। ଏହି ଘଟଣାରେ ଶ୍ରୀ ପ୍ରଧାନ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ବିଜୁ ଯୁବ ବାହିନୀର ପ୍ରାୟ ୫୦ରୁ ଊର୍ଧ୍ବ କର୍ମକର୍ତ୍ତା ଆକ୍ରମଣ କରିଥିବା ଅଭିଯୋଗ କରି ଆଜି ବିଜେପି ବରିଷ୍ଠ ନେତା ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିସହିତ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ବିଜେପି ପ୍ରାର୍ଥୀମାନଙ୍କ ସୁରକ୍ଷା ଦାବି କରାଯାଇଛି। ଏହି ପ୍ରତିନିଧି ଦଳରେ ମଧ୍ୟ ଭୁବନେଶ୍ବର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ପ୍ରଦୀପ କୁମାର ଧଳ ଏବଂ ନିର୍ବାଚନ ପ୍ରକୋଷ୍ଠ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।
ପ୍ରାର୍ଥୀମାନଙ୍କ ସୁରକ୍ଷା ଦାବି କଲା ବିଜେପି
/sambad/media/post_attachments/wp-content/uploads/2019/04/bjp-a-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)