ଭୁବନେଶ୍ୱର: ବିଜେପୁର ନିର୍ବାଚନମଣ୍ଡଳୀରେ ବିଜେପିର ଜଣେ ଯୁବ କାର୍ଯ୍ୟକର୍ତ୍ତାଙ୍କ ବାସଭବନରେ ଗୁଳି ଚଳାଇବା ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପ୍ରତିବାଦ ସଭା ଆୟୋଜନ କରାଯାଇଛି। ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ମାଷ୍ଟର୍ କ୍ୟାଣ୍ଟିନ୍ ଛକରେ ମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇ ଶାସକ ଦଳର ଗୁଣ୍ଡାରାଜକୁ ନିନ୍ଦା କରିଥିଲେ। ବିଜେଡି ଏପରି ହୀନ ରାଜନୀତିରୁ ବିରତ ନ ରହିଲେ ଉଚିତ ଜବାବ ଦିଆଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ। ଏଥିରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଅମିୟ ଦାଶ, ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ସଂଗ୍ରାମ ପାଇକରାୟ, ମୁଖପାତ୍ର ଦିଲ୍ଲୀପ ମହାନ୍ତି, ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପସଭାପତି ରଣଜିତ ଠାକୁର, ଯୁବ ନେତା ବିଶ୍ୱରଞ୍ଜନ ବଡ଼ଜେନା, ସତ୍ୟବାଦୀ ଚଇନି, ଅର୍ପିତା ଅପରାଜିତା ବଡ଼ଜେନା, ରମେଶ ମାଝୀ, ନିରଞ୍ଜନ ବାରିକ ଓ ରଶ୍ମିରଞ୍ଜନ ମୁଦୁଲି ପ୍ରମୁଖ ସାମିଲ୍ ହୋଇଥିଲେ।
ବିଜେପି ଜିଲ୍ଲା ଯୁବମୋର୍ଚ୍ଚାର ଗଣ ସତ୍ୟାଗ୍ରହ
ବିଜେପୁର ଗୁଳିମାଡ଼କୁ ବିରୋଧ
/sambad/media/post_attachments/wp-content/uploads/2018/01/BJP-YOUTH.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)