ମୃତ ଇଂଜିନିୟରିଂ ଛାତ୍ର ଋଷିଙ୍କ ମା’ଙ୍କୁ ଭେଟିଲା ବିଜେପି ଲିଗାଲ୍‌ ସେଲ୍‌

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଋଷି ହତ୍ୟାକାଣ୍ଡ ଘଟଣାର ତଦନ୍ତରେ ଶୀଥିଳତା ଦେଖାଦେଇଥିବା ବିଜେପି ଲ’ ଆଣ୍ଡ ଲିଗାଲ ଆଫାୟାର୍ସ ବିଭାଗ ପକ୍ଷରୁ କୁହାଯାଇଛି। ତେଣୁ ଋଷି ହତ୍ୟାକାଣ୍ଡର ତଦନ୍ତ ପ୍ରକ୍ରିୟାକୁ ତୋରାନ୍ଵିତ କରିବା ପାଇଁ ବିଜେପି ଲିଗାଲ ସେଲ୍‌ ଅଣ୍ଟା ଭିଡ଼ିଛି। ତେଣୁ ଲିଗାଲ୍‌ ସେଲ୍‌ରୁ ଏକ ପ୍ରତିନିଧି ମଣ୍ଡଳୀ ଋଷିଙ୍କ ନୂଆଗାଁ ସ୍ଥିତ ଘରକୁ ଯାଇ ତାଙ୍କ ମା’ଙ୍କୁ ଭେଟ କରି ଘଟଣା ବିଷୟରେ ଆଲୋଚନା କରିଛନ୍ତି। ଆଗାମୀ ଦିନରେ ପ୍ରତିନିଧି ମଣ୍ଡଳୀ ପୁଲିସ କମିସନର୍‌ଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ଦେବେ ବୋଲି ସେଲ୍‌ ପକ୍ଷରୁ କୁହାଯାଇଛି। ଦରକାର ପଡ଼ିଲେ ଅଗାମୀଦିନରେ ସେଲ୍‌ ଆନ୍ଦୋଳନ ପନ୍ଥା ଆପଣେଇ ବୋଲି ଚେତାବନୀ ଦେଇଛି। ପ୍ରତିନିଧି ମଣ୍ଡଳି ମଧ୍ୟରେ ସୂର୍ଯ୍ୟନାରାୟଣ ଦାସ, ଜୟନ୍ତ ଜେନା, ସତ୍ୟବ୍ରତ ନାୟକ, ବିଜୟ କୁମାର ସିଂ, ବିପିନ ବଳିଆରସିଂ, ସଞ୍ଜୀବ

ସମ୍ବନ୍ଧିତ ଖବର