ଭୁବନେଶ୍ବର : ବିଜେବି ନଗରସ୍ଥିତ ସବ୍ପୋଷ୍ଟ ଅଫିସ୍କୁ ଆଜି ବିଏମ୍ସି ପକ୍ଷରୁ ସିଲ୍ କରାଯାଇଛି। ପୋଷ୍ଟ ଅଫିସ୍ ପରିସରକୁ ସମ୍ପୂର୍ଣ୍ଣ ବିଶୋଧନ କରିବା ପରେ ଏହାକୁ ସିଲ୍ କରିଦିଆଯାଇଛି। ପ୍ରାୟ ୫ଦିନ ତଳେ ଏହି ପୋଷ୍ଟ ଅଫିସର ପୋଷ୍ଟ ପିଅନ କରୋନା ଆକ୍ରାନ୍ତ ହେବା ପରେ ପୋଷ୍ଟ ଅଫିସ୍କୁ ବନ୍ଦ କରି ଦିଆଯାଇଥିଲା। ଏହାର ଚାରିପାର୍ଶ୍ବରେ ବ୍ୟାରିକେଡ୍ କରାଯାଇ ବନ୍ଦ କରାଯାଇଥିଲା। କିନ୍ତୁ ବିଜେବି କଲେଜର ଯେଉଁ ବ୍ଲକରେ ଏହି ପୋଷ୍ଟ ଅଫିସ୍ ଥିଲା, ସେଠାରେ +୨ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ଥିବାରୁ ଏହାକୁ ସିଲ୍ କରାଯାଇ ପାରି ନଥିଲା। ଏପରିକି +୨ପରୀକ୍ଷା ଖାତା ଥିବାରୁ ଏଠାକୁ ପ୍ରବେଶ କରିବାକୁ ବିଏମ୍ସି କର୍ମଚାରୀଙ୍କୁ ଅନୁମତି ମିଳି ନଥିଲା। ତେଣୁ ଆଜି ପର୍ଯ୍ୟନ୍ତ ଏହାକୁ ସିଲ୍ କରାଯାଇ ନଥିଲା। ଆଜି ପୁଲିସ ଉପସ୍ଥିତିରେ ଏହି ଅଞ୍ଚଳକୁ ବିଶୋଧନ କରି ସିଲ୍ କରାଯାଇଛି ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
ଭୁବନେଶ୍ବର: ସିଲ୍ ହେଲା ବିଜେବି ନଗର ସବ୍ ପୋଷ୍ଟ ଅଫିସ୍
/sambad/media/post_attachments/wp-content/uploads/2020/04/seal.jpeg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)