ଭୁବନେଶ୍ୱର: ଟାଟା ପାୱାର ଅଫିସରେ ତାଲା ପକାଇଲା ବିଜେପି। ପୁଣି ବିଜୁଳି ବିଲରେ ବିଭ୍ରାଟ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି। ବିଲରେ ଚଞ୍ଚକତା ଓ ହରିଲୁଟ ସହ ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ଭୁବନେଶ୍ୱର ପାୱାର ହାଉସ ଛକ ସ୍ଥିତ ଟାଟା ପାୱାର ଅଫିସ୍ ଘେରାଉ କରାଯାଇଥିବାବେଳେ ଭୁବନେଶ୍ବର ଜିଲ୍ଳା ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ଟାଟା ପାୱାର ଅଫିସ ସମ୍ମୁଖରେ ପ୍ରତିବାଦ କରିବା ସହ ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ।
ପୁଲିସ ଅଟକାଇବାରୁ କିଛି ସମୟ ପାଇଁ ବିଜେପି ନେତା ଓ କର୍ମୀଙ୍କ ସହ ପୁଲିସର ଧସ୍ତାଧସ୍ତି ହୋଇଥିଲେ। ପରେ ଆନ୍ଦୋଳନରତ ବିଜେପି କର୍ମୀଙ୍କୁ ପୁଲିସ ଅଟକ ରଖିଥିଲା | ମାସକୁ ୩୦ ଦିନ ବଦଳରେ ୪୦ ଦିନର ବିଲ କରି ଟାଟା ପାୱାର ଉପଭୋକ୍ତାଙ୍କୁ ଲୁଟୁଥିବା ଅଭିଯୋଗ କରିଛି ବିଜେପି। ବିଲ୍ ଟେମ୍ପରିଂ କରି ମାସକୁ ୫୦ କୋଟିରୁ ଅଧିକ ଟଙ୍କାର ଚୂନା ଳଗାଉଛି ଟାଟା ପାୱାର। ତେଣୁ ଏଣୁ ଯଥାଶୀଘ୍ର ଉପଭୋକ୍ତାଙ୍କୁ ସେ ଟଙ୍କା ଫେରାଇବାକୁ ଦଳ ଦାବି କରିଛି |