ବିଜେପିର ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ

ପୁରୁଣା ଭୁବନେଶ୍ବର: ରାଜ୍ୟର ସବୁ ବ୍ଲକ୍‌ରେ ପିସି କାରବାର ଏବଂ ସରକାରୀ ଯୋଜନାକୁ ଦଳୀୟ ଆଧାରରେ ବାଣ୍ଟିବା ଅଭିଯୋଗରେ ଆଜି ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ ହୋଇଥିଲା। ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ପ୍ରକୃତ ହିତାଧିକାରୀମାନେ ସରକାରୀ ଯୋଜନାରୁ ଉପକୃତ ହୋଇପାରୁନାହାନ୍ତି। ଫଳରେ ସବୁଥିରେ ଦୁର୍ନୀତିର ଗନ୍ଧ ଆସୁଛି। ସରକାରୀ ଅର୍ଥରେ ଦଳୀୟ ଆଧାରରେ ବିଜୁ ଯୁବ ବାହିନୀ ଗଠନ କରିବା, ବିଭିନ୍ନ ଋଣରେ ଜାଲିଆତି କରି ସରକାର ମିଥ୍ୟା ପ୍ରଚାରରେ ବ୍ୟସ୍ତ ଅଛନ୍ତି। ତେଣୁ ରାଜ୍ୟ ସରକାର ଇସ୍ତଫା ଦେବା ଦରକାର ବୋଲି ବିଜେପି କର୍ମକର୍ତାମାନେ ଦାବି କରିଥିଲେ। ଏଥିରେ ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ସୁଦୀପ୍ତ ରାୟ, ଅମୀୟ ଦାଶ, ଜଗନ୍ନାଥ ପ୍ରଧାନ ଓ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର