ପୁରୁଣା ଭୁବନେଶ୍ୱର: ବିଏମ୍ସି ହସ୍ପିଟାଲରେ ଅବ୍ୟବସ୍ଥାକୁ ବିରୋଧ କରି ଆଜି ହସ୍ପିଟାଲ ସମ୍ମୁଖରେ ଏକାମ୍ର ବିଜେପି ପକ୍ଷରୁ ନୀରବ ଗଣଧାରଣା ଦିଆଯାଇଥିଲା। ଅମିୟ ଦାଶଙ୍କ ଅଧ୍ୟକ୍ଷତାରେ ଦୁଇ ହଜାରରୁ ଊର୍ଧ୍ବ କର୍ମୀ ହସ୍ପିଟାଲ ଆଗରେ ପ୍ରତିବାଦ କରିବା ସହ ପ୍ରଚାରପତ୍ର ବଣ୍ଟନ କରିଥିଲେ। ଏହି ଅବସରରେ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ନୂଆ ଡାକ୍ତରଙ୍କୁ ନିଯୁକ୍ତ ନକରି ୮ଜଣ ଡାକ୍ତରଙ୍କୁ ବଦଳି ନିଷ୍ପତ୍ତି କରାଯାଇଥିବା ବେଳେ ଲାପ୍ରୋସ୍କପି, ଏଣ୍ଡୋସ୍କପି, ଅଲ୍ଟ୍ରାସାଉଣ୍ଡ ବିଭାଗ ୬ବର୍ଷ ହେଲା ବନ୍ଦ ପଡ଼ିଛି। ଏବେ ଏକ୍ସରେ ବିଭାଗକୁ ବନ୍ଦ କରି ଦିଆଯାଇଛି। ହୃଦରୋଗ ବିଭାଗ ଖୋଲିବାକୁ ୩ବର୍ଷ ହେଲା ଘୋଷଣା ସରିଥିଲେ ବି ଏଯାଏ କାର୍ଯ୍ୟକାରୀ ହୋଇପାରିନି। ସେହିପରି ହସ୍ପିଟାଲରେ ଆଇସିୟୁ ବିଭାଗ ନାହିଁ। ପୂର୍ବରୁ ଶତାଧିକ ବେଡ୍ ଥିବା ବେଳେ ଏବେ ମାତ୍ର ୨୦ଟି ବେଡ଼୍ରେ କାମ ଚାଲୁଛି। କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ମିସନରେ ଏଠାକୁ ଟଙ୍କା ଆସୁଥିଲେ ହେଁ ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ମିଳୁନି। ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ନହେବାରୁ ଲୋକମାନେ ଏହାର ଲାଭ ଉଠାଇପାରୁନାହାନ୍ତି। ତେଣୁ ଏହି ସମସ୍ତ ସମସ୍ୟାର ଯଥାସମ୍ଭବ ସମାଧାନ କରିବା ସହ ହସ୍ପିଟାଲକୁ ମଲ୍ଟିସ୍ପେସାଲିଷ୍ଟ ଘୋଷଣା କରିବାକୁ ବିଜେପି ପକ୍ଷରୁ ଦାବି ହୋଇଛି। ଶ୍ରୀ ଦାଶଙ୍କ ନେତୃତ୍ବରେ କରାଯାଇଥିବା ଏହି ଧାରଣାରେ ଜଗନ୍ନାଥ ପ୍ରଧାନ, ଋତିକାନ୍ତ ଦାଶ, ମଦନ ମୋହନ ପ୍ରଧାନ, କୈଳାସ ଜେନା, ଶିବ ପ୍ରସାଦ ବେହେରା, ମଣ୍ଡଳ ସଭାପତି ଶେଷ ଶେଖର ଗରାବଡ଼ୁ, ଅଜୟ କୁମାର ଜେନା, ରଶ୍ମିପ୍ରଭା ସାମନ୍ତରାୟ, ତୃପ୍ତିମୟୀ ମକଦ୍ଦମ, ନିର୍ମଳ ମୁଦୁଲି, ଅଜିତ ମହାନ୍ତି, କର୍ଣ୍ଣେଲ ଲକ୍ଷ୍ମୀଧର ପରିଡ଼ା, ସୌମେନ୍ଦ୍ର ପରିଡ଼ା, ଗଦାଧର ସୁନ୍ଦରାୟ, ଶିଶିର ସେନାପତି, ଇଦିଶ୍ ଭୁୟାଁ, ଶିଶିର ପାହାଡ଼ସିଂ, ବିଷ୍ଣୁ ପ୍ରସାଦ ନନ୍ଦ, ପ୍ରଫୁଲ୍ଲ ସ୍ବାଇଁ, ଶକ୍ତି ପ୍ରସାଦ ସାହୁ, ହଂସରାଜ ଜେନା, ଶିବ ପ୍ରସାଦ ଶ୍ରୀ ଚନ୍ଦନ, ଆଶୁତୋଷ ନନ୍ଦ, ବିଜୟ ପରିଡ଼ା, ଲିଙ୍ଗରାଜ ବାରିକ୍, ରାଜେଶ ପୃଷ୍ଟି, ଜୟ ପ୍ରସାଦ ମଲିଆ, ଅଜିତ ମହାପାତ୍ର, ଦୀପ୍ତିରେଖା ସାମନ୍ତରାୟଙ୍କ ସମେତ ବହୁ ସଭ୍ୟ ସାମିଲ ହୋଇଥିଲେ। ତେବେ ଆଜି ସ୍ଥାନୀୟ ଲୋକ ବିଏମ୍ସି ହସ୍ପିଟାଲର ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ସମସ୍ୟା ସମାଧାନ ନହେଲେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ସେମାନେ କହିଛନ୍ତି।
ବିଏମ୍ସି ହସ୍ପିଟାଲ ଆଗରେ ବିଜେପିର ଧାରଣା
/sambad/media/post_attachments/wp-content/uploads/2018/10/m12-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)