ବିଧାୟକଙ୍କ ଗିରଫ ପ୍ରତିବାଦରେ ବିଜେପିର ବିକ୍ଷୋଭ

ଭୁବନେଶ୍ୱର: ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ବିଜେପି ଜିଲ୍ଲା ସଭାପତି ବାବୁ ସିଂ କହିଲେ ଯେ ବିଜେଡି ଦଳର ନେତା, ମନ୍ତ୍ରୀଙ୍କ ପାଇଁ ଗୋଟେ ଆଇନ ଏବଂ ବିରୋଧୀ ଦଳର ନେତାଙ୍କ ପାଇଁ ଆଉ ଗୋଟେ ଆଇନ। ଗଣତନ୍ତ୍ରରେ ପକ୍ଷପାତିତା କାହା ସ୍ୱାର୍ଥରେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ। ବିଗତ ଦିନରେ ସରକାରୀ ଦଳର କେତେ ନେତା ଓ ମନ୍ତ୍ରୀଙ୍କ ନାମରେ ଏତଲା ଦାଖଲ ହୋଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। କିନ୍ତୁ ବିନା ତଦନ୍ତରେ ବିରୋଧୀ ଦଳର ଜଣେ ଜନପ୍ରତିନିଧିଙ୍କୁ ସରକାରୀ ବାସଭବନରୁ ତରବରିଆ ଭାବେ ଗିରଫ କରି ପୁଲିସ ପ୍ରଶାସନ କ’ଣ ପ୍ରମାଣିତ କରିବାକୁ ଚାହୁଛି ବୋଲି ସେ ପ୍ରଶ୍ନ କରିଥିଲେ।

ଏହି ବିକ୍ଷୋଭରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପ୍ରଭାରୀ ଭୁବନ ହନ ଜେନା, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜେନ୍ଦ୍ର ପଣ୍ଡା, ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅର୍ପିତା ବଡ଼ଜେନା, କର୍ପୋରେଟର ରାମଚନ୍ଦ୍ର ରଣସିଂ, ସୁଜାତା ଛୋଟରାୟ, ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ, ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ମହାନ୍ତି, ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର, ଯୁବମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି, ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜ, ଜିଲ୍ଲା ଉପସଭାପତି ବିଭାସ ସେନଗୁପ୍ତା, ମାନସୀ ରାୟ ପାଢ଼ୀ, ଦେବେନ୍ଦ୍ର ପତି, ତୃପ୍ତିମୟୀ ମକଦ୍ଦମ, ରାଜେନ୍ଦ୍ର ଦାସ, ମନୋରଞ୍ଜନ ସ୍ୱାଇଁ, ଜିଲ୍ଲା ସମ୍ପାଦକ ଉନ୍ନତି ପରିଡ଼ା ପ୍ରମୁଖଙ୍କ ସମେତ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର