ଦିବଂଗତ ରାଜାଙ୍କୁ ବିଜେପି ମହିଳା ମୋର୍ଚ୍ଚାର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ତରଫରୁ ଡ୍ରେନରେ ଭାସି ଯାଇ ପ୍ରାଣ ହରାଇ ଥିବା ଜ୍ୟୋତିପ୍ରକାଶ ବେହେରା ଓରଫ୍‌ ରାଜାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ଆୟୋଜିତ ଶୋକସଭାରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର ଅଧ୍ୟକ୍ଷତା କରିଥିଲେ। ଦିବଂଗତ ମେଧାବୀ ଛାତ୍ର ସ୍ୱର୍ଗତ ଜ୍ୟୋତିପ୍ରକାଶଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ତାଙ୍କର ଆତ୍ମାର ସତଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

ଏହି ଶୋକସଭାରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁସିଂ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟା ଉର୍ମିଳା ମହାପାତ୍ର, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନ,ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ, ହିମାଂଶୁ ଶେଖର ଛୋଟରାୟ,ଦିଲ୍ଲୀପ ବେହେରା, ଜିଲ୍ଲା ଉପସଭାପତି ଶିବ ବେହେରା, ମାନସୀ ରାୟ, ତୃପ୍ତିମୟୀ ମକଦ୍ଦମ, ଜିଲ୍ଲା ସମ୍ପାଦକ ତାପସ ଦଳାଇ, ଜିଲ୍ଲା ମଣ୍ଡଳ ସଭାପତି ଦାମୋଦର ବେହେରା, ରାମ ରଣସିଂହ, ସନ୍ତୋଷ ଜେନା, ସୁରେନ୍ଦ୍ର ପ୍ରଧାନ, ବିଜୟ ରାଉତ, ଶଶୀପ୍ରଭା ରଥ, ବିଜେପି ନେତା ରଘୁ ମହାନ୍ତି, କାର୍ତ୍ତିକ ସୁନ୍ଦରାୟ, ପ୍ରଶାନ୍ତ ମହାନ୍ତି, ପ୍ରଶାନ୍ତ ନାୟକ, ସବିତା ପଟ୍ଟନାୟକ, ଲିପ୍ସା ଦାସ, ସୁମିତ୍ରା ଆଚାର୍ଯ୍ୟ, ରଜନୀବାଳା ଦାସ, ବିନ୍ଦୁଲତା ବଳିଆରସିଂ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର