ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ

ଭୁବନେଶ୍ବର : ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ତୃଣମୂଳ କଂଗ୍ରେସ କର୍ମୀଙ୍କ ଆକ୍ରମଣ ଘଟଣାରେ ବିଜେପି ଯୁବମୋର୍ଚ୍ଚା ଆଜି ମାଷ୍ଟରକ୍ୟାଣ୍ଟିନ୍ ଛକରେ ପ୍ରତିବାଦ କରିଛି। ଏହାସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଯୁବମୋର୍ଚ୍ଚାର ସଭାପତି ଇରାସିସ୍ ଆଚାର୍ଯ୍ୟ କହିଛନ୍ତି, ରାଜନୈତିକ ଆକ୍ରୋଶ ରଖି ହିଂସା ମାଧ୍ୟମରେ ବିରୋଧୀଙ୍କୁ ଆକ୍ରମଣ କରାଯାଉଛି। ଆଗାମୀ ଦିନରେ ଏହା ସରକାର ପରିବର୍ତ୍ତନର ଆଭାସ ବୋଲି ସେ କହିଛନ୍ତି। ଯଦି ତୃଣମୂଳ କର୍ମୀମାନେ ବାରମ୍ବାର ଏହିଭଳି ଭୁଲ୍ ଦୋହରାଇବେ, ତେବେ ଦେଶବ୍ୟାପୀ ଯୁବମୋର୍ଚ୍ଚା ପକ୍ଷରୁ ଦୃଢ଼ ପ୍ରତିବାଦ କରାଯିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ବିଜେପି ମହାସଚିବ କୈଳାସ ବିଜୟବର୍ଗୀ, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଶିବପ୍ରକାଶ, ସଂଜୟ ମୟୁଖଙ୍କ ଗାଡ଼ି ଉପରକୁ ପଥର ବର୍ଷା କରାଯାଇଥିଲା। ଆଜିର ଏହି ପ୍ରତିବାଦରେ ଭୁବନେଶ୍ବର ଯୁବମୋର୍ଚ୍ଚାର ସଭାପତି ଅଭିଷେକ ଆଚାର୍ଯ୍ୟ, ସୁଜିତ ସାହୁ, ପ୍ରମୋଦ ପଣ୍ଡା, ସତ୍ୟଜିତ୍ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର