ବିଜେପି ଯୁବମୋର୍ଚା ପକ୍ଷରୁ ଏଡିଏମ୍ ଅଫିସ ଘେରାଉ

ଭୁବନେଶ୍ବର : ରାଜ୍ୟରେ ବଢ଼ୁଥିବା ବେକାରୀ ସମସ୍ୟାକୁ ନେଇ ଭାରତୀୟ ଜନତା ଯୁବମୋର୍ଚା ଭୁବନେଶ୍ବର ଜିଲ୍ଲା ପକ୍ଷରୁ ଆଜି ଏଡିଏମ୍‌ଙ୍କ କାର୍ଯ୍ୟାଳୟଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ‘ରାଜ୍ୟର ଶିକ୍ଷିତ ଯୁବପିଢ଼ିକୁ ଚକ୍ରବ୍ୟୂହ ମଧ୍ୟରେ ଫସାଇ ବରୋଜଗାର ପାଇଁ ବିଭିନ୍ନ ଯୋଜନାର ଶିଳାନ୍ୟାସ କରିବା ପରି ଏକ ଦୁର୍ଭାଗ୍ୟଜନକ ସ୍ଥିତି ସୃଷ୍ଟି କରାଯାଇଛି।

ରାଜ୍ୟର କୋଣଅନୁକୋଣରେ କିଛି କିଛି ମୁଦ୍ରା ବିତରଣ କରି ପ୍ରଗତିର ଉତ୍ସଗୁଡ଼ିକୁ କଣ୍ଠରୋଧ କରିବା ବିରୋଧରେ ଯୁବ ସମାଜକୁ ଲଢ଼େଇ କରିବାର ସମୟ ଆସିଛି ବୋଲି ଯୁବମୋର୍ଚା ଜିଲ୍ଲା ସଭାପତି ଅଭିଷେକ ଆଚାର୍ଯ୍ୟ କହିଛନ୍ତି।

ଏହି ଅବସରାରେ ଏକ ଶୋଭାଯାତ୍ରା ନ’ତାଲା ନିକଟରୁ ବାହାରି ଏଡିଏମ୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ରୋଜଗାର ନାମକ ଏକ କୁଶପୁତ୍ତଳିକାର ଦାହ କରାଯାଇଥିଲା। ରାଜ୍ୟରେ ନିଯୁକ୍ତି ମିଳୁ ନ ଥିବାରୁ ଯୁବମୋର୍ଚାର ସଦସ୍ୟମାନେ ସେମାନଙ୍କ ସ୍ନାତ୍ତୋକତ୍ତର ଡିଗ୍ରି ପ୍ରମାଣପତ୍ର ଏଡିଏମ୍‌ଙ୍କୁ ଫେରଇ ଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବମୋର୍ଚା ଉପସଭାପତି ରଶ୍ମିରଂଜନ ମୁଦୁଲି, ଦିଲ୍ଲୀପ ବେହେରା‌, ଅଭିଳାଷ ଦାସ, ସାଧାରଣ ସମ୍ପାଦକ ପୀୟୂଷ କୁମାର ସାହୁ, ସମ୍ପାଦକ ସାର୍ଥକ ମହାପାତ୍ର, ସଂଯୋଜକ ଅଭିଷେକ ପରିଡ଼ା, ଦୀପକ ରାଉତରାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର