ଡିସିପି ଅଫିସ୍‌ ଘେରିଲା ବିଜେପି ଯୁବ ମୋର୍ଚ୍ଚା

ଭୁବନେଶ୍ୱର : ରାଜ୍ୟରେ ନାରୀ ନିର୍ଯାତନା ବଢ଼ିଚାଲିଛି। ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଅନେକ ମହିଳାଙ୍କ ଇଜ୍ଜତ ଓ ଜୀବନ ଯାଉଛି। ଏହାକୁ ବିରୋଧ କଲେ ପୁଲିସ୍‌ ଦ୍ୱାରା ସରକାର କଣ୍ଠରୋଧ କରୁଛନ୍ତି। ଏହାର ପ୍ରତିବାଦରେ ଆଜି ବିଜେପି ଯୁବମୋର୍ଚ୍ଚା ଭୁବନେଶ୍ୱର ଜିଲ୍ଲା ତରଫରୁ ‘ବେଟି ବଚାଓ ନବୀନ ହଟାଓ’ ନାରା ଦେଇ ଡିସିପି ଅଫିସ୍‌ ଘେରାଉ କରାଯାଇଥିଲା। ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବାହାରି ଡିସିପି ଅଫିସ୍‌ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ କଳାକନା ବାନ୍ଧି ନିରବ ଧାରଣା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ଠାକୁର ରଣଜିତ ଦାସ, ବିଶ୍ୱରଞ୍ଜନ ବଡ଼ଜେନା, ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ଅମିୟ ଦାଶ ଓ ସଂଗ୍ରାମ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର