ଭୁବନେଶ୍ୱର: ଚିକିତ୍ସା ବିଜ୍ଞାନ ଏତେ ଅଗ୍ରଗତି କଲା ପରେ ମଧ୍ୟ ଏବେ ବି ଅନ୍ଧବିଶ୍ୱାସରେ ଲୋକେ ବୁଡ଼ି ରହିଛନ୍ତି। ସାପ କାମୁଡ଼ିଲେ ଡାକ୍ତରଖାନା ଯିବା ପରିବର୍ତ୍ତେ ଝଡ଼ାଫୁଙ୍କା ଉପରେ ବିଶ୍ୱାସ କାଏମ ରଖିଛନ୍ତି। ଏମିତି ବି ଲୋକ ଅଛନ୍ତି, ସାପ କାମୁଡ଼ିଲେ କାମୁଡ଼ା ସ୍ଥାନକୁ ବ୍ଲେଡ୍ରେ କାଟି ଦେଉଛନ୍ତି ଅବା ଆଙ୍ଗୁଠିକୁ କାମୁଡ଼ିଲେ ଆଙ୍ଗୁଠି କାଟି ଦେଉଛନ୍ତି। ବାରମ୍ବାର ବାରଣ ସତ୍ତ୍ୱେ ସାପ କାମୁଡ଼ିଥିବା ସ୍ଥାନରେ ଦଉଡ଼ି ବାନ୍ଧି ଦେବା ଭଳି ମାନସିକତା ବି ଦୂର ହୋଇନାହିଁ। ଗତ କିଛି ଦିନ ତଳେ ରାଜଧାନୀରେ ବି ଏଇ ବିକୃତ ମାନସିକତାର ଚିତ୍ର ଦେଖିବାକୁ ମିଳିଛି। ତମାଣ୍ଡୋରେ ରାମଚନ୍ଦ୍ର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ସାପ କାମୁଡ଼ିଦେବାରୁ ପରିବାର ଲୋକ ତାଙ୍କୁ ଗୁଣିଆ ପାଖଙ୍କୁ ନେଇ ଯାଇଥିଲେ। ଗୁଣିଆ ଜଣକ ରାମଚନ୍ଦ୍ରଙ୍କ ଗୋଡ଼ର ସାପ କାମୁଡ଼ା ଅଂଶକୁ କିଛି ସ୍ଥାନ କାଟି ପକାଇଥିଲେ। ରକ୍ତ ସହ ବିଷ ବାହାରି ଆସିବ ବୋଲି ଆଶ୍ୱାସନା ଦେଇଥିଲେ। କିନ୍ତୁ ରାମଚନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଚିକିତ୍ସା କରାଯିବା ପରେ ସେ ସୁସ୍ଥ ହୋଇଥିଲେ। ସ୍ନେକ୍ ହେଲ୍ପ ଲାଇନ୍ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ କହିବା ମୁତାବକ, ଅନେକ ସମୟରେ ସାପ କାମୁଡ଼ା ବ୍ୟକ୍ତିଙ୍କୁ ଗୁଣିଆ ପାଖକୁ ନେଇ ପରେ ଡାକ୍ତରଖାନାକୁ ନିଆଯାଉଥିବାରୁ ଅବସ୍ଥା ସଂକଟାପନ୍ନ ହେଉଛି। ଅଧିକାଂଶ କ୍ଷେତ୍ରରେ ଏଇ ନିର୍ଦିଷ୍ଟ କାରଣରୁ ଅନେକଙ୍କ ପ୍ରାଣ ବି ଚାଲିଯିବାର ନଜିର ରହିଛି। ଉଲ୍ଲେଖଯୋଗ୍ୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ର ପରିସଂଖ୍ୟାନ ମୁତାବକ, ଭାରତରେ ସାପ କାମୁଡ଼ା ମୃତ୍ୟୁ ସଂଖ୍ୟା ଅନ୍ୟ ଦେଶଠାରୁ ଅଧିକ। ଏହାର ମୂଳ କାରଣ ହେଉଛି ଅନ୍ଧବିଶ୍ୱାସ ଓ ସଚେତନତା ଅଭାବ।
ଅନ୍ଧବିଶ୍ୱାସରୁ ମୁକୁଳି ପାରୁନି ମଣିଷ
ସାପ କାମୁଡ଼ିଲେ ଗୁଣିଆ ସାହା!
/sambad/media/post_attachments/wp-content/uploads/2018/01/Black-magic-620x400.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)