ଭୁବନେଶ୍ୱର: ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଦେବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଉଛି ବଡ଼ଗଡ଼ ଥାନା ବ୍ରିଟ୍ କଲୋନିର ବିଜୟ ପ୍ରଧାନ। ତାକୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ, ଖାରବେଳନଗର ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ବିଜୟର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଅନ୍ତରଙ୍ଗ ମୁହୂର୍ତ୍ତରେ ବିଜୟ କୌଶଳକ୍ରମେ ଯୁବତୀଙ୍କ ସହ କେତେକ ଫଟୋ ଉଠାଇଥିଲା। କିଛି ଦିନ ପରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କରେ ତିକ୍ତତା ଆସିଥିଲା। ଏହା ପରେ ବିଜୟ ଯୁବତୀଙ୍କ ସହ ସମ୍ପର୍କ ରଖିବା ପାଇଁ ଅନେକ ଉଦ୍ୟମ କରିଥିଲେ ମଧ୍ୟ ସମ୍ଭବ ନ ହେବାରୁ ବିଜୟ ପ୍ରତିଶୋଧ ନେବାକୁ ଚାହିଥିଲେ। ସମ୍ପର୍କ ନ ରଖିଲେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରିବା ପାଇଁ ଧମକ ଦେଇଥିଲା। ଯୁବତୀ ଜଣକ କିଛି ଦିନ ବରଦାସ୍ତ କରିବା ପରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଶେଷରେ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ।
ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ଚେତାବନୀ, ଯୁବକ ଗିରଫ
/sambad/media/post_attachments/wp-content/uploads/2019/12/Man-Arrested-For-Threatning-of-Photo-Viral_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)