ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ପରିଚୟ ଫାଉଣ୍ଡେସନ୍ ଓ ପଟିଆ ଗ୍ରାମ ମଙ୍ଗଳ ସମିତିର ମିଳିତ ଆନୁକୂଲ୍ୟରେ ଦୃଷ୍ଟିହୀନ ପିଲାମାନଙ୍କ କ୍ରିକେଟ୍ ପ୍ରତିଯୋଗିତା ପଟିଆସ୍ଥିତ ମା’ କନକଦୁର୍ଗା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଓ ବାଲେଶ୍ୱର ଦଳ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ହୋଇଥିଲା। ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ପରିଚୟ ଫାଉଣ୍ଡେସନ୍ର ପ୍ରତିଷ୍ଠାତ୍ରୀ ରୋଜାଲିନ୍ ପାଟ୍ଟଶାଣୀ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ଦଳର ଅଧିନାୟକ ଜାଫର ଇକ୍ବାଲଙ୍କୁ ସମ୍ମାନିତ କରାଯାଇଥିଲା।
ଦୃଷ୍ଟିହୀନ ପିଲାଙ୍କ କ୍ରିକେଟ୍ ପ୍ରତିଯୋଗିତା
/sambad/media/post_attachments/wp-content/uploads/2018/04/Parichaya-Foundation.jpg)