ଦୃଷ୍ଟିହୀନ ଟିମ୍‌ର ଭଜନ ସନ୍ଧ୍ୟା ମନମୋହିଲା

ବାଲିପାଟଣା : ଆଜି ସନ୍ଧ୍ୟାରେ ବାଲିପାଟଣା ମେଳଣ ପଡ଼ିଆରେ ଏକ ନିଆରା ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ସୁଦୂର କୋରାପୁଟ ଜିଲ୍ଳା ନବରଙ୍ଗପୁର ଅଞ୍ଚଳର ଜେ.ଏମ୍‌. ଦୃଷ୍ଟିହୀନ ସଂଘ ପକ୍ଷରୁ ଏହି ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ଦୃଷ୍ଟିହୀନ ଟିମ୍‌ ପକ୍ଷରୁ ଆୟୋଜିତ ଭଜନ ସନ୍ଧ୍ୟାଟି ଉପସ୍ଥିତ ଶହଶହ ଦର୍ଶକଙ୍କ ମନ ମୋହିଛି। କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ କଳାକାର ଥିଲେ ଦୃଷ୍ଟିହୀନ। ଦୁନିଆକୁ ଦେଖି ପାରୁନଥିବା କଳାକାରଙ୍କ ସୁଲଳିତ ଭଜନ ଉପସ୍ଥିତ ଶହଶହ ଦର୍ଶକଙ୍କ ମନକୁ ବେଶ୍‌ ଛୁଇଁଥିଲା। ଏଭଳି ଏକ ନିଆରା କାର୍ଯ୍ୟକ୍ରମକୁ ଆୟୋଜନ କରିବା ପାଇଁ ସ୍ଥାନୀୟ ଉତ୍ସାହୀ ଯୁବକମାନେ ସମସ୍ତ ସହଯୋଗ ଓ ବ୍ୟବସ୍ଥା କରିଥିଲେ।

ସମ୍ବନ୍ଧିତ ଖବର