ବାଲିଅନ୍ତା : ବାଲିଅନ୍ତା ଅଞ୍ଚଳରେ ଥିବା ଆଦିବାସୀ ତଥା ହରିଜନବର୍ଗଙ୍କ ଉପରେ ଥାନା ଓ ପ୍ରଶାସନିକ ନିର୍ଯାତନା ଓ ଅବହେଳା ବିରୋଧରେ ଆଜି ବହୁଜନ ସମାଜ ପାର୍ଟି ଖୋର୍ଧା ପକ୍ଷରୁ ବାଲିଅନ୍ତା ଥାନା ଘେରାଉ କରାଯାଇଛି। ଆଜି ମଧ୍ୟାହ୍ନ ପାଖାପାଖି ଗୋଟାଏ ସମୟରେ ଏଅଞ୍ଚଳର ଶତାଧିକ ସମର୍ଥକ ରାଜ୍ୟସ୍ତରୀୟ ନେତୃବର୍ଗଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ସ୍ଥାନୀୟ ସାଇଫନ ଛକରୁ ବାହାରି ପ୍ରଶାସନିକ ଅବହେଳା ତଥା ସଂପୃକ୍ତ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଥାନା ସମ୍ମୁଖରେ ପହଞ୍ଚି ଦୀର୍ଘ ଦେଢ଼ଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହିତ ଏ ସଂପର୍କିତ ଏକ ଦାବିପତ୍ର କମିସନରଙ୍କ ଉଦ୍ଦେଶ୍ୟରେ ଧାରଣାସ୍ଥଳରେ ଉପସ୍ଥିତ ଏସିପି ସଂଗ୍ରାମ ଟୁଡୁଙ୍କୁ ପ୍ରଦାନ କରିଥିଲେ । ପୁଲିସ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିବା ଦାବିପତ୍ରଗୁଡ଼ିକ ମଧ୍ୟରେ ରହିଛି ଥାନାକୁ ଆସୁଥିବା ସେମାନଙ୍କର ଏ ସଂପର୍କିତ ଅଭିଯୋଗକୁ ମାମଲାଭୁକ୍ତ କରିବା, ଥାନାରେ ଏତଲା ଗ୍ରହଣ କରୁନଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ , ଗତବର୍ଷ ଡିସେମ୍ବର ମାସ ଶେଷରେ ଜଗନ୍ନାଥପୁର ଗ୍ରାମର ଅଭିଯୋଗକାରୀଙ୍କ ଅଭିଯୋଗର ପୁନର୍ବିଚାର କରି ଅଭିଯୁକ୍ତକୁ ଗିରଫ, ଖଣିଜାତ ଦ୍ରବ୍ୟ ଲୁଣ୍ଠନକାରୀ ପ୍ରଭାବଶାଳୀ ଗୋଷ୍ଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ବସ୍ତି ଅଞ୍ଚଳରେ ନିଶା ନିବାରଣ ସହିତ ଦୃଢ଼ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ। ଏହି ଉପଲକ୍ଷେ ଓଡ଼ିଶା ରାଜ୍ୟ ପ୍ରଭାରୀ ଚମ୍ପତିଲାଲ୍ , ରାଜ୍ୟ ଉପ ସଭାପତି ରବୀନ୍ଦ୍ର ବଡ଼ଜେନା ଓ ଜୟଦେବ ନିର୍ବାଚନ ମଣ୍ଡଳୀର ସଭାପତି ବସନ୍ତ ଭୋଇ ଏବଂ ସଂଗଠନର ବହୁ କର୍ମକର୍ତ୍ତା ତଥା ସଦସ୍ୟମାନେ ସାମିଲ ଥିଲେ।
ଦଳିତଙ୍କ ଉପରେ ନିର୍ଯାତନା ପ୍ରତିବାଦରେ ବାଲିଅନ୍ତା ଥାନା ଘେରାଉ
/sambad/media/post_attachments/wp-content/uploads/2018/02/balianta-strike.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)