ଓମ୍ ଲିଜର୍ ହଲିଡେଜ୍ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ବର: ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଓମ୍‌ ଲିଜର୍‌ ହଲିଡେଜ୍ ଗ୍ରୁପ୍ ପକ୍ଷରୁ ଆଜି ସ୍ଥାନୀୟ ଟଙ୍କପାଣି ରୋଡ୍‌ ବାଇପାସ୍‌ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରୁ ମୋଟ ୩୦ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। ‘ସମ୍ବାଦ-ଆମ ଓଡ଼ିଶା’ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ଓମ୍ ଲିଜର୍‌ର ପରିଚାଳନା ନିର୍ଦ୍ଦେଶକ ଦେବବ୍ରତ ଦାଶ ଓ ନିର୍ଦ୍ଦେଶିକା ପ୍ରଶାନ୍ତି ତ୍ରିପାଠୀ ରକ୍ତଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନୁଷ୍ଠାନ ପକ୍ଷରୁ ସଂଗ୍ରାମ ଦୀକ୍ଷିତ୍, ବିଧୁଭୂଷଣ ପାତ୍ର, ମନୋଜ ପଢ଼ିହାରୀ, ଦେବଦତ୍ତ ନାୟକ, ଲଳିତ ଦାସ ରକ୍ତଦାନ ଶିବିର ପରିଚାଳନାରେ ସହାୟତା କରିଥିଲେ।

ଅନୁଷ୍ଠାନର ସହକର୍ମୀ ଏହି ଶିବିରରେ ରକ୍ତଦାନ କରିଥିଲେ। ଓଡ଼ିଶା ରକ୍ତକେନ୍ଦ୍ର, ଭୁବନେଶ୍ବର ମ୍ୟୁନିସିପାଲିଟି ହସ୍ପିଟାଲର ସହକର୍ମୀମାନେ ରକ୍ତ ସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ ରକ୍ତଦାନ କାର୍ଯ୍ୟକ୍ରମ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର