ଜେକେ ଲକ୍ଷ୍ମୀ ସିମେଣ୍ଟ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ବର: ଜେକେ ଲକ୍ଷ୍ମୀ ସିମେଣ୍ଟ ଲିମିଟେଡ୍‌ର ପୂର୍ବତନ ଚେୟାରମ୍ୟାନ୍‌ ହରିଶଙ୍କର ସିଙ୍ଘାଣିଆଙ୍କ ୮୯ତମ ଜନ୍ମବାର୍ଷିକୀ ପାଳନ ଅବସରରେ ‘ଜେକେ ଲକ୍ଷ୍ମୀ ସିମେଣ୍ଟ ଲିମିଟେଡ୍‌’ ଓ ସମ୍ବାଦ-ଆମ ଓଡ଼ିଶାର ମିଳିତ ଉଦ୍ୟମରେ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଜୟଦେବ ବିହାରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଜେକେ ଲକ୍ଷ୍ମୀ ସିମେଣ୍ଟ୍ ଲିମିଟେଡ୍‌ର ରାଜ୍ୟ ମୁଖ୍ୟ ଲଲାଟେନ୍ଦୁ ମିଶ୍ର ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ନି‌ଜେ ରକ୍ତଦାନ କରିଥିଲେ।

ମାର୍କେଟିଂ ମୁଖ୍ୟ ଦେବଦତ୍ତ ସାହୁ ଶିବିର ପରିଚାଳନା କରିଥିଲେ। ଅନ୍ୟ ସହକର୍ମୀମା‌ନେ ପରିଚାଳନାରେ ସହଯୋଗ କରିଥିଲେ। ଅନୁଷ୍ଠାନର ସହକର୍ମୀ ଓ ଅନ୍ୟ ସ୍ଥାନୀୟ ସ୍ବେଚ୍ଛାରକ୍ତଦାତାଙ୍କ ସମେତ ମୋଟ ୨୨ଜଣ ଶିବିରରେ ରକ୍ତଦାନ କରିଥିଲେ। ଓଡ଼ିଶା ରକ୍ତକେନ୍ଦ୍ର, ଭୁବନେଶ୍ବର ମ୍ୟୁନିସିପାଲିଟି ଡାକ୍ତରଖାନାର ସହକର୍ମୀମାନେ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ ଶିବିର ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର