ଭୁବନେଶ୍ବର: ଲାଇଫ କେୟାର ଟ୍ରଷ୍ଟ ଓ ସମ୍ବାଦ-ଆମ ଓଡ଼ିଶାର ମିଳିତ ଉଦ୍ୟମରେ ବାପୁଜୀନଗରଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଅତିଥି ଭାବେ ଯୋଗଦେଇ ଆଇନଜୀବୀ ସୂର୍ଯ୍ୟକାନ୍ତ ପଟ୍ଟନାୟକ, ସମାଜସେବୀ ଉମେଶ ଖଣ୍ଡେଲୱାଲ ଶିବିରକୁ ଉଦ୍ଘାଟନ କରିଥିଲେ। ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ସ୍ଥାନୀୟ କର୍ପୋରେଟର ନିହାର ରଞ୍ଜନ ସ୍ବାଇଁ, ଆମ ଓଡ଼ିଶାର ସଂପାଦକ ସ୍ବରାଜ ମିଶ୍ର ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।
ଟ୍ରଷ୍ଟର ଚେୟାରରମ୍ୟାନ ସୁରେନ୍ଦ୍ର ପ୍ରସାଦ ଦାସ, ଭାଇସଚେୟାରମ୍ୟାନ କମଳ ଲୋଚନ ପାତ୍ର ଓ ମ୍ୟାନେଜିଂ ଟ୍ରଷ୍ଟି ଦିଲ୍ଲୀପ କୁମାର ମହାପାତ୍ର ଶିବିର ପରିଚାଳନା କରିଥିଲେ। ଅନ୍ୟ ସଦସ୍ୟମାନେ ଶିବିର ପରିଚାଳନାରେ ସହାୟତା କରିବା ସହିତ ରକ୍ତଦାନ କରିଥିଲେ। ଓଡ଼ିଶା ରକ୍ତକେନ୍ଦ୍ର, ଭୁବନେଶ୍ବର ମୁନିସିପାଲିଟି ହସ୍ପିଟାଲର ସହକର୍ମୀମାନେ ରକ୍ତ ସଂଗ୍ରହ କରିଥିଲେ। ଶିବିରରୁ ୨୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।