‘ବ୍ଲଡ୍‌ କନେକ୍ଟ’ ଓ ‘ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ରକ୍ତଦାନ ଶିବିର, ୫୬ ୟୁନିଟ୍‍ ରକ୍ତ ସଂଗୃହୀତ

ଭୁବନେଶ୍ୱର: ଆଜି ସ୍ଥାନୀୟ ପାତ୍ରପଡ଼ାସ୍ଥିତ ଡିଏନ୍‍ ରିଗାଲିଆ ସପିଂ ମଲ୍‍ ପରିସରରେ ବ୍ଲଡ୍‌ କନେକ୍ଟ ଫାଉଣ୍ଡେସନ୍‌ ଓ ‘ସମ୍ୱାଦ ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୫୬ ୟୁନିଟ୍‍ ରକ୍ତ ସଂଗୃହୀତ ହୋଇଛି। ଏହି ଶିବିରକୁ ବ୍ଲଡ୍‍ କନେକ୍ଟ ଫାଉ‌‌‌ଣ୍ଡେସନ୍‌ର ସର୍ବଭାରତୀୟ ସଭାପତି ନିର୍ମିତ ମେହେର ଓ ଓଡ଼ିଶା ଶାଖାର ପୂର୍ବତନ ସଭାପତି ସମ୍ପନ୍ନା ପହି ପରିଚାଳନା କରିଥିଲେ। ସପିଂ ମଲ୍‍ ପକ୍ଷରୁ ସୁଶୀଲ ଆହୁଜା ଓ ପ୍ରୀତି କୁମାରୀ ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ସହଯୋଗ କରିଥିଲେ। ଫାଉଣ୍ଡେସନ୍‌ର ସଦସ୍ୟ ସଦସ୍ୟାମାନଙ୍କ ମଧ୍ୟରୁ ଅମିଷା ମିଶ୍ର, ରିଷଭ ଦେ, ସୌମିତ୍ରୀ ସାମଲ, ସତ୍ୟଜିତ୍‍ ଆଚାର୍ଯ୍ୟ, ସ୍ରିଷ୍ଟି ସିଂ, ସୌରଭ ସାମଲ, ପ୍ରତୀକ, ବୈଭବ, ବିଶେଷ, ରିଷଭ ରାଜ୍‍, ସତ୍ୟମ୍‍, ଶକ୍ତି ଦାସ ଓ ମ୍ରିଗଙ୍କା ପରିଚାଳନାରେ ସହଯୋଗ କରିଥିଲେ। ‘ଆମ ଓଡ଼ିଶା’ର ଭୁବନେଶ୍ୱର ରକ୍ତଦାନ ଶିବିର ସଂଯୋଜକ ହରେକୃଷ୍ଣ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ମ୍ୟୁନିସିପାଲିଟି ରକ୍ତଭଣ୍ଡାରର ସହକର୍ମୀମାନେ ରକ୍ତ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର