ଭୁବନେଶ୍ବର: ବିଶିଷ୍ଟ ରାଜନେତା ଦିଲ୍ଲୀପ ରାୟଙ୍କ ୬୫ତମ ଜୟନ୍ତୀ ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’ ସହାୟତାରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭୁବନେଶ୍ବର ୟୁଥ୍ ଭଏସ୍ ଓ ସିଦ୍ଧେଶ୍ବର କ୍ଲବ୍ ପକ୍ଷରୁ ପୃଥକ୍ ପୃଥକ୍ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରଦ୍ବୟରୁ ମୋଟ ୨୩୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ମଞ୍ଚେଶ୍ବର ଥାନା ସାମ୍ନା ଭୁବନେଶ୍ୱର ୟୁଥ୍ ଭଏସ୍ ପରିସରରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଓ ଦିଲ୍ଲୀପ ରାୟଙ୍କ ଝିଅ ସଞ୍ଜନା ରାୟ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ସଭାପତି ଆଇନଜୀବୀ ଚିତ୍ତରଞ୍ଜନ ଦାସ ଶିବିରର ଆୟୋଜନ ଓ ପରିଚାଳନା କରିଥିଲେ। ପ୍ରଶାନ୍ତ କୁମାର ମହାନ୍ତି, ନରେଶ ପାତ୍ର, ରାଜେଶ ମହାରଣା, ସତ୍ୟପ୍ରକାଶ ମହାନ୍ତି, ବିପ୍ଳବ କୁମାର ବେହେରା, ଦିଲ୍ଲୀପ କୁମାର ନାୟକ, ଅନିଲ କୁମାର ସ୍ବାଇଁ, ଅନ୍ନପୂର୍ଣ୍ଣା ମିଶ୍ର, ଶୁଭେନ୍ଦୁ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ। ଶିବିରରେ ମୋଟ ୧୧୧ଜଣ ରକ୍ତଦାନ କରିଥିଲେ। କଟକ କେନ୍ଦ୍ରୀୟ ରେଡକ୍ରସ୍ ରକ୍ତଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା। ଆମ ଓଡ଼ିଶା ରକ୍ତଦାନ ଶିବିର ସଂଯୋଜକ ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା।
ସେହିପରି ଖଣ୍ଡଗିରିସ୍ଥିତ ସିଦ୍ଧେଶ୍ବର କ୍ଲବ୍ ପରିସରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଓ ବଲିଉଡ୍ ସୁପରଷ୍ଟାର୍ ଗୋବିନ୍ଦା ଆହୁଜା ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ମେ’ ଫେୟାର ବୋର୍ଡ ଅଫ ଡାଇରେକ୍ଟର ଅସ୍ତା ରାୟ, ପୂର୍ବତନ କେର୍ପାରେଟର୍ ରଘୁନାଥ ମହାନ୍ତି, ଦିଲ୍ଲୀପ ରାୟ ଜୟନ୍ତୀ କମିଟି ସଭାପତି ସୁଶୀଲ ରାୟ, ସଂପାଦକ ଅମିତ୍ ମଲ୍ଲିକ, ରାଜନୈତିକ ସଚିବ ଦୁର୍ଗା ପ୍ରସାଦ ମହାନ୍ତି, ଇଷ୍ଟର୍ଣ୍ଣ ଏଣ୍ଟରଟେନମେଣ୍ଟ ଡିଜିଏମ୍ ବିନୋଦ ପଣ୍ଡା, ପୂବର୍ତନ ନଗରପାଳ ଗୌରହରି ପ୍ରଧାନ ଓ କ୍ୟାପିଟାଲ ହସପିଟାଲ ରକ୍ତଭଣ୍ଡାର ଅଧିକାରୀ ଦେବାଶିଷ ମିଶ୍ର ଉପସ୍ଥିତ ଥିଲେ। ଦାମୋଦର ସ୍ବାଇଁ, ସନ୍ତୋଷ ଉପାଧ୍ୟାୟ, ଅମୂଲ୍ୟ ଉପାଧ୍ୟାୟ, ଶାନ୍ତନୁ ସାହୁ, ନରେନ୍ଦ୍ର ସାହୁ, ତପନ ପଟ୍ଟନାୟକ, ସମରେନ୍ଦ୍ର ସାହୁ, ବାପି ମିଶ୍ର, ଚନ୍ଦନ ଦାସ, ଅଜିତ ଚୌଧୁରୀ ଓ ଶିବନାରାୟଣ ନାୟକ ଶିବିର ପରିଚାଳନା କରିଥିଲେ। କ୍ୟାପିଟାଲ ହସପିଟାଲ ରକ୍ତଭଣ୍ଡାର କର୍ମକର୍ତ୍ତାମାନେ ରକ୍ତ ସଂଗ୍ରହ କରିଥିଲେ। ଶିବିରରୁ ମୋଟ ୧୨୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଆମ ଓଡ଼ିଶା ରକ୍ତଦାନ ଶିବିର ରାଜ୍ୟ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା।