ମକୁନ୍ଦଦାସପୁର ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର

ବାଲିପାଟଣା: ବାଲିପାଟଣା ବ୍ଲକ ମୁକୁନ୍ଦଦାସପୁର ପଞ୍ଚାୟତ କାର୍ଯ୍ୟାଳୟରେ ମୁକୁନ୍ଦଦାସପୁର ଯୁବକ ସଂଘ ଏବଂ ଆମ ଓଡ଼ିଶା ମିଳିତ ଆନୁକୁଲ୍ୟରେ ଆଜି ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମୁକୁନ୍ଦଦାସପୁର ସରପଞ୍ଚ ରୀନାରାଣୀ ବେହେରା ଏବଂ ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ଯୋଗ ଦେଇଥିଲେ। ଆମ ଓଡ଼ିଶାର ସଂଗ୍ରାମ କେଶରୀ ସାମନ୍ତରାୟ ଏବଂ ମୁକୁନ୍ଦଦାସପୁରର ଡ. ସେହେଜାଦ୍‌ ଉଦ୍ଦିନ ଅହମ୍ମଦ, ସୁନୀଲ୍ କୁମାର ଷଡ଼ଙ୍ଗୀ. ରାହେଦିନ୍ ଖାନ୍, ସଦାକ ଅଲ୍ଲୀ ଖାନ୍, ସକଲିନ୍ ଉଦ୍ଦିନ ଅହମଦ୍‌, ତମ୍ମନା ବରବିନ୍ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ। ଶିବିରରେ ୧୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଅହମ୍ମଦ୍‌ ଅଲ୍ଲୀ ଖାନ୍, ମହମ୍ମଦ ନୁରେନ୍ ମୁସ୍ତାକ, ଏମଡି ଇମରାନ, ମାନସ କୁମାର ପ୍ରଧାନ, ରାଜଉଦ୍ଦିନ ଖାନ୍, ସରୋଜ କୁମାର ମଲ୍ଲିକ, ସାହିଲ ଉଦ୍ଦିନ ଅହମ୍ମଦ, ଏସକେ ଫାୟାଜ ଉଲ୍ଲା, ସୁକାନ୍ତ କୁମାର ପାତ୍ର, ଶ୍ରୀକାନ୍ତ କୁମାର ପ୍ରଧାନ, ସୟଦ୍‌ ସମୱାର ଅଲ୍ଲୀ, ସୟଦ୍‌ ଅନୁୱାର ଅଲ୍ଲୀ, ତମ୍ମନା ପରବିନ୍ ରକ୍ତଦାନ କରିଥିଲେ।

ସମ୍ବନ୍ଧିତ ଖବର