ରେଭେନ୍ସା ନିୟୁ ହଷ୍ଟେଲରେ ରକ୍ତଦାନ: ୩୪୫ୟୁନିଟ୍ ରକ୍ତସଂଗ୍ରହ

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ନିୟୁ ହଷ୍ଟେଲ ଓ ‘ସମ୍ବାଦ-ଆମ ଓଡ଼ିଶା’ ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ନିୟୁ ହଷ୍ଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରୋଟାରିୟାନ୍‌ ଡାକ୍ତର ପ୍ରଦୀପ କୁମାର ଦାସ ଶିବିରକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସଂଜୀବ ସାହୁ, ନିର୍ମେଳନ୍ଦୁ ଗୁପ୍ତା, ସ୍ମୃତିରଞ୍ଜନ ଷଡ଼ଙ୍ଗୀ, ଅମ୍ରିତ୍‌ ରାଓ ସିଂହ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରୁ ମୋଟ ୩୪୫ ୟୁନିଟ ରକ୍ତସ˚ଗ୍ରହ ହୋଇଛି।

ଛାତ୍ରବାସର ପ୍ରାକ୍ତନ ଅନ୍ତେବାସୀ ଦେବଦତ୍ତ ନାଥ ଓ ଚିନ୍ମୟ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଜ୍ୟୋତି ପ୍ରକାଶ ମହାପାତ୍ର, ଚିତ୍ତରଂଜନ ମହାନ୍ତି, ଜ୍ଞାନର˚ଜନ ରାଉତରାୟ ପ୍ରମୁଖ ଶିବିର ପରିଚାଳନାରେ ସହାୟତା କରିଥିବା ବେଳେ ଏସ୍‌ସିବି ରକ୍ତଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା।

ସମ୍ବନ୍ଧିତ ଖବର