ଭୁବନେଶ୍ୱର : ବ୍ୟାଙ୍କ କହିଲେ କେବଳ ଟଙ୍କା କାରବାର ନୁହେଁ ଅବା ଟଙ୍କା କେବଳ ଜୀବନ ଧାରଣ ପାଇଁ ଅପରିହାର୍ଯ୍ୟ ନୁହେଁ। କାରଣ ଯେତେ ଟଙ୍କା ଥାଉ ପଛେ ରକ୍ତ ବିନା ଜୀବନ ଅସମ୍ଭବ। ଟୋପାଏ ରକ୍ତ ପାଇ ରୋଗୀଟିଏ ଆସନ୍ନ ମୃତ୍ୟୁ ମୁଖରୁ ବଞ୍ଚିଯାଇପାରେ। ଏକଥାକୁ ଅକ୍ଷରେ ଅକ୍ଷରେ ବୁଝିପାରିଛନ୍ତି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କର୍ମକର୍ତ୍ତାମାନେ। ସେଥିପାଇଁ ପ୍ରତିବର୍ଷ ଦେହରୁ ରକ୍ତନିଗାଡ଼ି ଏମାନେ ପାଳନ କରନ୍ତି ବ୍ୟାଙ୍କ୍ର ପ୍ରତିଷ୍ଠା ଦିବସ। ବିଗତ ବର୍ଷମାନଙ୍କ ପରି ଏ ବର୍ଷ ମଧ୍ୟ ‘ସମ୍ବାଦ-ଆମ ଓଡ଼ିଶା’ର ସହଯୋଗରେ ଗ୍ରାମ୍ୟ ବ୍ୟାଙ୍କର ଷଷ୍ଠ ପ୍ରତିଷ୍ଠା ଅବସରରେ ସ୍ଥାନୀୟ ଗଣ୍ଡମୁଣ୍ଡାସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅନୁଷ୍ଠାନର ୩୦ ଜଣ ସ୍ୱେଚ୍ଛାରକ୍ତଦାତା ରକ୍ତଦାନ କରିଥିଲେ। ସାଧାରଣ ପ୍ରଶାସନ ବିଭାଗଦ୍ଵାରା ଆୟୋଜିତ ଏହି ଶିବିରକୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଚେୟାରମ୍ୟାନ ବୃନ୍ଦାବନ ନାୟକ ଉଦ୍ଘାଟନ କରିଥିଲେ। ଜେନେରାଲ ମ୍ୟାନେଜର୍ ପ୍ରଭାକର ସାହୁ ଓ ମଳୟ କୁମାର ପାତ୍ର ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସିନିୟର ମ୍ୟାନେଜର୍ ମନୋଜ କୁମାର ମହାନ୍ତି, ସଯୁଂକ୍ତା ମହାପାତ୍ର ଓ ଚିନ୍ମୟୀ ମହାନ୍ତି ଏହି ଶିବିରକୁ ପରିଚାଳନା କରିଥିଲେ। ବ୍ୟାଙ୍କର ଅନ୍ୟ ସମସ୍ତ ସହଯୋଗୀ ମଧ୍ୟ ପରିଚାଳନା କାର୍ଯ୍ୟରେ ସହାୟତା କରିଥିଲେ। କେନ୍ଦ୍ରୀୟ ରେଡ୍କ୍ରସ୍ ରକ୍ତଭଣ୍ଡାର, କଟକର ସହକର୍ମୀ ଡ. ଲକ୍ଷ୍ମୀକାନ୍ତ ମାଝୀ, ଅବିନାଶ ଦାଶ, ସନ୍ଦୀପ କୁମାର ସ୍ୱାଇଁ ଓ ବିଜୟ କୁମାର ସ୍ୱାଇଁ ଉକ୍ତ ଶିବିରରୁ ରକ୍ତସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର ରକ୍ତଦାନ ସଂଯୋଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା ।
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର
/sambad/media/post_attachments/wp-content/uploads/2018/01/ama-odisha.jpg-f.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)