ଭୁବନେଶ୍ବର: ବିଶିଷ୍ଟ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ୬୬ତମ ଜନ୍ମ ଦିବସ ପାଳନ ଅବସରରେ ଭୁବନେଶ୍ବରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭୁବନେଶ୍ବର ୟୁଥ୍ ଭଏସ୍ ଓ ସମ୍ବାଦ-ଆମ ଓଡ଼ିଶାର ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ମଞ୍ଚେଶ୍ବରସ୍ଥିତ ଲା’ ଫିଏଷ୍ଟାରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୁଖ୍ୟ ଅତିଥି ଭାବେ ପ୍ରଖ୍ୟାତ ବଲିଉଡ ଅଭିନେତା ରାଜା ମୁରାଦ ଯୋଗଦେଇ

Advertisment

ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ବିଜେଡି ରାଜ୍ୟ ସଂପାଦକ ଦୁର୍ଗା ମହାନ୍ତି, ଉତ୍ତର ଭୁବନେଶ୍ବର ବିଜେଡି ସଭାପତି ସୂର୍ଯ୍ୟକାନ୍ତି ଜେନା, ପୂବର୍ତନ କାଉନ‌ସିଲର ପ୍ରତାପ ରାଉତରାୟ ଓ ରଘୁନାଥପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଜତ ପାତ୍ର ଶିବିରରେ ଉପସ୍ଥିତ ଥିଲେ। ଭୁବନେଶ୍ବର ୟୁଥ୍ ଭଏସର ସଭାପତି ଆଇନଜୀବୀ ଚିତ୍ତରଞ୍ଜନ ଦାସ ଏହି ଶିବିରର ଆୟୋଜନ ଓ ପରିଚାଳନା କରିଥିଲେ। ରାଜେଶ ମହାରଣା, ସମୀର ପ୍ରଧାନ, ମିହିର କୁମାର ରାଉତ, ନରେଶ ପାତ୍ର, ବିପ୍ଳବ ବେହେରା, ବିଶ୍ବଜିତ୍ ସାହୁ, ଦିଲୀପ କୁମାର ନାୟକ, ସଂଜୟ ବଳିଆରସିଂ, ବିଭୂତିଭୂଷଣ ରାଉତ, ଅନିଲ ସ୍ବାଇଁ, ଭରତ ଚମ୍ପତିରାୟ, ଦୁଃଶାସନ ଚୌଧୁରୀ, କ୍ଷୀରୋଦ ବଳିଆରସିଂ, ଲୋକେଶ କୁମାର, ରବି ନାରାୟଣ ଖୁଣ୍ଟିଆ, ତୃପ୍ତି ବେଉରା, ସୋମନାଥ ଦାସ, ଯତୀନ ସାମନ୍ତରାୟ, ସୁରେଶ ସୁବୁଦ୍ଧି, କଞ୍ଜେଷ୍ଟାର ଜେନା, ସତ୍ୟପ୍ରକାଶ ମହାନ୍ତି, ଅଜୟ ମହାନ୍ତି, ଗୋବିନ୍ଦ ମଣ୍ଡଳ, ସୁଧାଂଶୁ ସାହୁ, ପ୍ରଭୁଜିତ ବେଉରା, ସନ୍ତୋ‌ଷ ମହାନ୍ତି, ଅନୁପ କୁମାର ଖୁଣ୍ଟିଆ, ଲକ୍ଷ୍ମୀଧର ବିଶ୍ବାଳ ଓ ସନ୍ଦୀପ ଦାସ ପରିଚାଳନାରେ ସହାୟତା କରିଥିଲେ। ଅନୁଷ୍ଠାନର ସମସ୍ତ ସଦସ୍ୟ ତଥା ଅନ୍ୟ ସ୍ବେଚ୍ଛା ରକ୍ତଦାତାଙ୍କ ସମେତ ମୋଟ ୧୦୫ଜଣ ରକ୍ତଦାନ କରିଥିଲେ। କଟକ କେନ୍ଦ୍ରୀୟ ରେଡକ୍ରସ ରକ୍ତଭଣ୍ଡାର ପକ୍ଷରୁ ରକ୍ତସଂଗ୍ରହ କାର୍ଯ୍ୟ କରାଯାଇଥିଲା। ଆମ ଓଡ଼ିଶାର ରକ୍ତଦାନ ଶିବିର ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା।

ସେହିପରି ଅନ୍ୟ ଏକ କାର୍ଯ୍ୟକ୍ରମରେ ଭୁବନେଶ୍ବରର ଅନ୍ୟତମ ସ୍ବେଚ୍ଛାସେବୀ ଅନୁଷ୍ଠାନ ସିଦ୍ଧେଶ୍ବର କ୍ଲବ୍ ଓ ସମ୍ବାଦ-ଆମ ଓଡ଼ିଶାର ମିଳିତ ଉଦ୍ୟମରେ ଖଣ୍ଡଗିରିସ୍ଥିତ କ୍ଲବ୍ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୪୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଶିବିରକୁ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଉଦ୍‌ଘାଟନ କରିଥିଲେ ଓ ବଲିଉଡ୍‌ ଅଭିନେତା ରାଜା ମୁରାଦ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଜାଗମରା-ଖଣ୍ଡଗିରି ପୂବର୍ତନ କର୍ପୋରେଟର ରଘୁନାଥ ମହାନ୍ତି, ଦିଲୀପ ରାୟ ଜୟନ୍ତୀ କମିଟି ସଭାପତି ସୁଶୀଲ ରାୟ, ସଂପାଦକ ଅମିତ୍ ମଲ୍ଲିକ, ରାଜନୈତିକ ସଚିବ ଦୁର୍ଗା ପ୍ରସାଦ ମହାନ୍ତି, ଇଷ୍ଟର୍ଣ୍ଣ ଏଣ୍ଟରଟେନମେଣ୍ଟ ଡିଜିଏମ୍ ବିନୋଦ ପଣ୍ଡା, ମୁମ୍ବାଇର ପୂର୍ବତନ ପୁଲିସ ଅଧିକାରୀ ରାକେଶ ଶର୍ମା, ତେଜରାଜ ସିଂ, ପଙ୍କଜ ଦାସ, ତପନ ପଟ୍ଟନାୟକ, ରାଇମୋହନ ପଟ୍ଟନାୟକ ଉପସ୍ଥିତ ଥିଲେ। ଦାମୋଦର ସ୍ବାଇଁ, ସନ୍ତୋଷ ଉପାଧ୍ୟାୟ, ଅମୂଲ୍ୟ ଉପାଧ୍ୟାୟ, ନରେନ୍ଦ୍ର ସାହୁ, ମୋହିନୀ ସାହୁ, ତପନ ପଟ୍ଟନାୟକ, ଲକ୍ଷ୍ମଣ ପାତ୍ର, ରୋଶନ ମହାନ୍ତି, ସୂର୍ଯ୍ୟକାନ୍ତ ସାହୁ, ମନୋରଂଜନ ଲେଙ୍କା, ରତିକାନ୍ତ ପାତ୍ର, ସୁବାଶିଷ ମହାନ୍ତି, ଚନ୍ଦ୍ରକାନ୍ତ ସାହୁ ଓ ରାଜେଶ କୁମାର ଲେଙ୍କା ଶିବିର ପରିଚାଳନା କରିଥିଲେ। କ୍ଲବର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ। କ୍ୟାପିଟାଲ ହସପିଟାଲ ରକ୍ତଭଣ୍ଡାର କର୍ମକର୍ତ୍ତାମାନେ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶା ପକ୍ଷରୁ ଲଳିତ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା।