ଭୁବନେଶ୍ୱର : ସ୍ଥାନୀୟ ମଞ୍ଚେଶ୍ୱରସ୍ଥିତ ଏଲ୍ ଆଣ୍ଡ ଟି କନ୍ଷ୍ଟ୍ରକ୍ସନ୍, ଆର୍.ସି.ସି. ପ୍ରି କାଷ୍ଟ ୟାର୍ଡ୍ଠାରେ ‘ଆମ ଓଡ଼ିଶା’ ଓ ଏଲ୍ ଆଣ୍ଡ ଟି କନ୍ଷ୍ଟ୍ରକ୍ସନ୍ର ମିଳିତ ଉଦ୍ୟମରେ ଆଜି ଏକ ରକ୍ତଦାନ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୩୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିରରେ ଓପିଟିସିଏଲ୍ର ଡାଇରେକ୍ଟର ଅଫ୍ ଫାଇନାନନ୍ସ ବିଭୁପ୍ରସାଦ ମହାପାତ୍ର, ସିନିୟର ଜେନେରାଲ ମ୍ୟାନେଜର୍ ନିହାର ରଂଜନ ପ୍ରଧାନ, ଏ.ଜି.ଏମ୍. ସଂଜୟ ମହାନ୍ତି, ପି.ଆର୍.ଡି.ସିର ସିଓଓ ଏସ୍.କେ. ରାଉତ, ଏଲ୍ ଆଣ୍ଡ ଟି ପକ୍ଷରୁ ପି. ଶ୍ୟାମ ମୋହନ, ଟି. ଲରେନ୍ସ ଧନରାଜ, ଦିପଙ୍କର ଚାଟାର୍ଜୀ, ଶିବପ୍ରସାଦ ଶତପଥୀ ଓ ୟୁ.ମାଣିକନ୍ଦନ ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ପ୍ରସନ୍ନ କୁମାର ଦାସ, ସୁଶାନ୍ତ କୁମାର ରଥ, ଭଗୀରଥ ବଳ, ଦେବାଶିଷ ଦାଶ, ପ୍ରଶାନ୍ତ କୁମାର ଶୁକ୍ଳା, ପବିତ୍ର ବଳ ଓ ସ୍ମୃତି ନାୟାର ପ୍ରମୁଖ ଶିବିର ପରିଚାଳନା କରିଥିଲେ। ମୁନିସିପାଲିଟି ହସପିଟାଲ ରକ୍ତଭଣ୍ଡାରର ସହକର୍ମୀମାନେ ଉକ୍ତ ଶିବିରରୁ ରକ୍ତସଂଗ୍ରହ କରିଥିଲେ । ‘ଆମ ଓଡ଼ିଶା’ର ରକ୍ତଦାନ ସଂଯୋଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।
ଏଲ୍ ଆଣ୍ଡ ଟି କନ୍ଷ୍ଟ୍ରକ୍ସନ୍ ପକ୍ଷରୁ ରକ୍ତଦାନ ଶିବିର
/sambad/media/post_attachments/wp-content/uploads/2018/02/ama-odisha-blood-camp.jpg-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)