ଭୁବନେଶ୍ୱର : ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଫାଇନାନ୍ସ ସର୍ଭିିସେସ୍ର ପ୍ରତିଷ୍ଠା ଦିବସ ଅବସରରେ ମହିନ୍ଦ୍ରା ଫାଇନାନ୍ସ ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ସ୍ଥାନୀୟ ରସୁଲଗଡ଼ସ୍ଥିତ ମହିନ୍ଦ୍ରା ଆଞ୍ଚଳିକ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୪୫ ଜଣ ସ୍ୱେଚ୍ଛା ରକ୍ତଦାତା ରକ୍ତଦାନ କରିଥିଲେ। ମହିନ୍ଦ୍ରା ଫାଇନାନ୍ସର ସି.ଏସ୍.ଆର୍. ବିଭାଗ ଦ୍ଵାରା ଆୟୋଜିତ ଏହି ଶିବିରକୁ ଆଞ୍ଚଳିକ ପରିଚାଳକ ସୌରଭ ତ୍ରିପାଠୀ ଉଦ୍ଘାଟନ କରିଥିଲେ। ଅନୁଷ୍ଠାନ ତରଫରୁ ସରୋଜ ନନ୍ଦ, ରଶ୍ମିରଂଜନ ନାୟକ ଓ ତୀର୍ଥରାଜ ଦାସଗୁପ୍ତା ଏହି ଶିବିରକୁ ପରିଚାଳନା କରିଥିଲେ। ଉତ୍କଳ ଅଟୋମୋବାଇଲ ଏବଂ ଆଦିତ୍ୟ ମୋଟର୍ସ ମଧ୍ୟ ଏହି ରକ୍ତଦାନ ଶିବିର ଆୟୋଜନରେ ସହଯୋଗ କରିଥିଲେ। ଅନୁଷ୍ଠାନର ସମସ୍ତ ସହକର୍ମୀ ତଥା ଅନ୍ୟ ସ୍ୱେଚ୍ଛା ରକ୍ତଦାତାମାନେ ଏହି ଶିବିରରେ ରକ୍ତଦାନ କରିଥିଲେ। ମୁନିସିପାଲିଟି ରକ୍ତଭଣ୍ଡାର ଅଧିକାରୀ ଡ. ଜୟଦୀପ ଘୋଷ ଓ ତାଙ୍କ ସହକର୍ମୀମାନେ ଏହି ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା। ମହିନ୍ଦ୍ରା ଫାଇନାନ୍ସ ପକ୍ଷରୁ ପ୍ରତ୍ୟେକ ବର୍ଷ ଏହି ପ୍ରତିଷ୍ଠା ଦିବସରେ ଓଡ଼ିଶାର ବିଭିନ୍ନ କାର୍ଯ୍ୟାଳୟ ମାନଙ୍କରେ ରକ୍ତଦାନ ଶିବିର ଆୟୋଜନ କରିଥାଏ।
ମହିନ୍ଦ୍ରା ଫାଇନାନ୍ସ ପକ୍ଷରୁ ରକ୍ତଦାନ ଶିବିର
୪୫ ୟୁନିଟ୍ ରକ୍ତ ସଂଗୃହୀତ
/sambad/media/post_attachments/wp-content/uploads/2017/10/ama-odisha-blood-donation-camp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)