ଭୁବନେଶ୍ୱର : ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଥିବା ୟୁନିଟ୍-୯ ସରକାରୀ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରୁ ମୋଟ୍ ୮୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। କ୍ୟାପିଟାଲ୍ ହସ୍ପିଟାଲ୍ ରକ୍ତଭଣ୍ଡାର ନିର୍ଦେଶକ ତଥା ବିଦ୍ୟାଳୟର ପୁରାତନ ଛାତ୍ର ଡ. ଦେବାଶିଷ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ସଂସଦର ସଭାପତି ଅଶୋକ ବଳବନ୍ତରାୟ, ସଂପାଦକ ତାରାପ୍ରସାଦ ଧଳ, ଉପସଭାପତି ଡ. ତାପସ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ। ପୁରାତନ ଶିକ୍ଷୟିତ୍ରୀ ଅଞ୍ଜଳି ନାଥ ଶିବିରକୁ ଉଦ୍ଘାଟନ କରିଥିଲେ। ପୁରାତନ ଛାତ୍ର ଅକ୍ଷୟ ପ୍ରସାଦ ବେହେରା, ଆଶୁତୋଷ ବିଶ୍ୱାଳ, ଡ. କାଳୀପ୍ରସାଦ ସ୍ୱାଇଁ, ସତ୍ୟବ୍ରତ ସାମଲ, ଚିତ୍ତରଂଜନ ସ୍ୱାଇଁ ଓ ପ୍ରସନ୍ନ ପାଣିଗ୍ରାହୀ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଛାତ୍ର ସଂସଦ େଓ୍ଵବ୍ସାଇଟ୍ www.gbhs9.inକୁ ପୁରାତନ ଶିକ୍ଷକ ରବୀନ୍ଦ୍ର ମହାନ୍ତି ଉନ୍ମୋଚନ କରିଥିଲେ। ଅନ୍ୟପକ୍ଷରେ ମାର୍ଚ ୨ ତାରିଖରେ ସଂସଦର ପୁରାତନ ଛାତ୍ର ତଥା ଭୁବନେଶ୍ୱର ଏମ୍ସର ପ୍ରଫେସର ଡା. ଦିଲ୍ଲୀପ ପରିଡ଼ାଙ୍କ ତତ୍ତ୍ୱାବଧାନରେ ୫୦ ବର୍ଷ ଓ ତଦୂର୍ଧ୍ୱ ପୁରାତନ ଛାତ୍ର ଓ ସେମାନଙ୍କ ପରିବାରବର୍ଗଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହେଉଥିବା ସୂଚନା ଦିଆଯାଇଛି।
ପୁରାତନ ଛାତ୍ର ସଂସଦ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ରକ୍ତଦାନ ଶିବିର
/sambad/media/post_attachments/wp-content/uploads/2018/02/debendra-sir.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)