ଏଲ୍‌ଆଣ୍ଡ୍‌ଟି, ନୀଳାଚଳ ପଲିଟେକନିକ୍‌ ସହଯୋଗରେ ରକ୍ତଦାନ ଶିବିର

ରକ୍ତଦାନକୁ ନେଇ ବିପୁଳ ଉତ୍ସାହ, ୧୦୨ ୟୁନିଟ୍‌ ରକ୍ତ ସଂଗ୍ରହ

ଚନ୍ଦ୍ରଶେଖରପୁର : ଏଲ୍‌ଆଣ୍ଡ୍‌ଟି ଓ ନୀଳାଚଳ ପଲିଟେକ୍‌ନିକ୍‌ ଓ ଆମ ଓଡ଼ିଶା ସହଯାଗରେ ଆଜି ଅନୁଷ୍ଠିତ ରକ୍ତଦାନ ଶିବିରରେ ମୋଟ ୧୦୨ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି। ନୀଳାଚଳ ପଲିଟେକନିକ୍‌ ପରିସରରେ ଆୟୋଜିତ ଏହି ରକ୍ତଦାନ ଶିବିର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏନେଇ ସକରାତ୍ମକ ଭାବନା ସୃଷ୍ଟି କରିଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ଇଂ. ବିଷ୍ଣୁ ପାତ୍ର ଏହି ଶିବିରକୁ ଉଦ୍‌ଘାଟିତ କରିଥିଲେ। ଏହି ଅବସରରେ ଏଲ୍‌ଆଣ୍ଡ୍‌ଟି ଭୁବନେଶ୍ୱର ଶାଖାର ମାନବସମ୍ବଳ ଅଧିକାରୀ ଆଦିତ୍ୟ ପ୍ରସାଦ ବାବୁ, ମିର୍ଜା ବେଗ୍‌ ଓ ରଂଜିତ ଶତପଥୀ ଉପସ୍ଥିତ ଥିଲେ। ନୀଳାଚଳ ପଲିଟେକନିକ ପକ୍ଷରୁ ଦେବଦତ୍ତ ମହାପାତ୍ର, ଚନ୍ଦ୍ରକାନ୍ତ ମିଶ୍ର, ରଚିତା ପାଣି, ଅସିିତ୍‌ ପାତ୍ର ଓ ନିହାର ଦାସ ପ୍ରମୁଖ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଶୃଙ୍ଖଳାର ସହିତ ଏହି ଶିବିରରେ ରକ୍ତଦାନ କରି ଶତକ ପୂର୍ଣ୍ଣ କରିଥିଳେ। ରକ୍ତଦାନ ଭଳି ଏକ ମହତ ଉଦ୍ଦେଶ୍ୟକୁ ହୃଦୟଙ୍ଗମ କରିବା ସହିତ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ଆଉ ଏକ ଶିବିର ଆୟୋଜନ କରିବାକୁ ଛାତ୍ରଛାତ୍ରୀମାନେ ନିଷ୍ପତି ନେଇଛନ୍ତି। ଶିବିରରେ ବିଏମ୍‌ସି ହସ୍ପିଟାଲ୍‌ ଚିକିତ୍ସପ ଡ. ଜୟଦୀପ ଘୋଷ, ଟେକ୍‌ନିସିଆନ୍‌ କୈବଲ୍ୟ ପ୍ରଧାନ, ସତ୍ୟ ନାରାୟଣ ଦାସ, ପ୍ରିତିରଂଜନ ନାୟକ ଓ ପ୍ରକାଶ ଚନ୍ଦ୍ର ବରାଳ ଏବଂ ଆମଓଡ଼ିଶା ପକ୍ଷରୁ ହରେକୃଷ୍ଣ ପ୍ରଧାନ ଓ ବିଦ୍ୟାଧର ବାରିକ ଉପସ୍ଥିତ ରହି ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ଶିବିରକୁ ସଫଳ କରିବାରେ ବିଶେଷ ଭୂମିକ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର