ବାରଙ୍ଗ : ବେଲଗଛିଆସ୍ଥିତ ଶ୍ରୀଗଣପତି ବିଦ୍ୟା ମନ୍ଦିର ପରିସରରେ ‘ସୁଶାନ୍ତି ଫାଉଣ୍ଡେସନ୍’ ତରଫରୁ ଓ ‘ସମ୍ବାଦ-ଆମ ଓଡ଼ିଶା’ ସହାୟତାରେ ଅନୁଷ୍ଠିତ ଏକ ସ୍ୱଚ୍ଛାକୃତ ରକ୍ତଦାନ ଶିବିରରୁ ମୋଟ ୨୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଶିବିରକୁ ଉଦ୍ଘାଟନ କରିଥିଲେ। ଓ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟା ବିକାଶ ସମିତିର ସମ୍ପାଦକ ଯୋଗେନ୍ଦ୍ର ନାଥ ସାହୁ ଓ ବେଲଗଛିଆ ସରପଞ୍ଚ ମାନିନୀ ସାହୁ ଉପସ୍ଥିତ ଥିଲେ। ବିଜୟ କୁମାର, ଏ ପ୍ରଣୟ କୁମାର, ଏସ୍ ଶିବଶଙ୍କର, କନୁଗୁଲା ଅଶୋକ, ଗୋବୁଲାର ମାଲଗୋଣ୍ଡା, ଜଗନ୍ନାଥ ମଲ୍ଲିକ, ପି ଶିବ କୁମାର, ବି. ଦିନେଶ, ମୋଗଲୋସ୍, ଶ୍ରୀକାନ୍ତ, ପି. ରାଜୁ, ଏମ୍ ଲବ କୁମାର, ନରହରି ବାରିକ, ଜିତେନ୍ଦ୍ରର ବେହେରା, ବିକାଶ କୁମାର ଜେନା, ମଧୁ, ସୁବ୍ରତ କୁମାର ବେହେରା, ପି. ରାମ ଦାସ, ପି ପି ନାୟକ, ସୀତାଂଶୁ ସାହୁ, ଚିନ୍ମୟ ସାହୁ, ନବୀନ କୁମାର, ରାଜୁ ପ୍ରମୁଖ ରକ୍ତଦାନ କରିଥିଲେ। ସୁଶାନ୍ତି ଫାଉଣ୍ଡେସନ୍ର ନିର୍ଦ୍ଦେଶିକା ଶାନ୍ତିଲତା ସହୁ ଓ ବାରଙ୍ଗ ବ୍ଲକ ‘ସମ୍ବାଦ’ ପ୍ରତିନିଧି ରୁଦ୍ର ନାରାୟଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଶିବିର ପରିଚାଳନା କରାଯାଇଥିଲା। ଏସ୍ସିବି ମେଡିକାଲ୍ ରକ୍ତ ଭଣ୍ଡାରର ଚିକିତ୍ସକ ଏମ୍ କେ ଜେନ୍, ଟେକ୍ନିସିଆନ୍ ବିଶ୍ୱଜିତ୍ ସେନାପତି, ଏସ ଏସ୍ ଜେନା, କର୍ମଚାରୀ ପ୍ରଶାନ୍ତ କୁମାର ବେହେରା, ଚନ୍ମୟରଂଜନ ସାହୁ ଓ ବୈରାଗୀ ନାୟକଙ୍କ ସହାୟତାରେ ରକ୍ତ ସଂଗ୍ରହ କରାଯାଇଥିଲା। ରାମଚନ୍ଦ୍ର ସାହୁ, ଶ୍ରୀ ଗଣପତି ବିଦ୍ୟା ମନ୍ଦିରର ଅଧ୍ୟକ୍ଷା ପିଙ୍କିଲତା ସାହୁ, ସମ୍ପାଦକ ସୀତାଂଶୁ ସାହୁ ଓ ଗୁରୁ ମା’ମାନେ ଶିବିର ପରିଚାଳନାରେ ସହାୟତା କରିଥିଲେ।
ବେଲଗଛିଆ ଶ୍ରୀଗଣପତି ବିଦ୍ୟା ମନ୍ଦିରରେ ରକ୍ତଦାନ ଶିବିର
/sambad/media/post_attachments/wp-content/uploads/2018/02/ama-odisha-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)