ଭୁବନେଶ୍ୱର : ସ୍ଥାନୀୟ ସାମନ୍ତବିହାର ସ୍ଥିତ ଡଲ୍ସ ଆଣ୍ଡ ଡୁନ୍ସ କିଡ୍ଜି ପକ୍ଷରୁ ‘ଆମ ଓଡ଼ିଶା ସହାୟତା’ରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୨୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଚନ୍ଦ୍ରଶେଖରପୁର କିଡ୍ଜିର ପରିଚାଳନା ନିର୍ଦେଶକ ପ୍ରତାପ ପଟ୍ଟନାୟକ ଉପସ୍ଥିତ ରହି ସମସ୍ତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ସଂଯୋଜିକା ଅରୁଣିମା ତ୍ରିପାଠୀ, ପ୍ରିୟତମା ମହାନ୍ତି, ତପସ୍ୱିନୀ ବଳିଆରସିଂ ଓ ଶ୍ରୀ ଶ୍ୱେତା ଏହି ଶିବିର ପରିଚାଳନା କରିଥିଲେ। ଶର୍ବାଣୀ ଇପିଲି, କଳ୍ପନା ଦାସ, ତୃପ୍ତି ମହାନ୍ତି, ଶ୍ୱାତୀଶ୍ରୀ ସାମଲ, ସୂଚିସ୍ମିତା ପ୍ରଧାନ ଓ କାଜଲ ସେନାପତି ପ୍ରମୁଖ ସହଯୋଗ କରିଥିଲେ। ମ୍ୟୁନିସିପାଲିଟି ହସ୍ପିଟାଲ ରକ୍ତଭଣ୍ଡାର ଅଧିକାରୀ ଡା. ଜୟଦ୍ଵୀପ ଘୋଷ ରକ୍ତଦାତାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସଂଘମିତ୍ରା ସ୍ୱାଇଁ ପଞ୍ଜୀକରଣ କରିଥିଲେ। କୈବଲ୍ୟ ପ୍ରଧାନ ଓ ଲିପକ ପାତ୍ର ରକ୍ତସଂଗ୍ରହ କରିଥିବା ବେଳେ ପ୍ରକାଶଚନ୍ଦ୍ର ବରାଳ ରକ୍ତ ପରୀକ୍ଷା ଓ ବିଷ୍ଣୁ ସ୍ୱାଇଁ ସହଯୋଗ କରିଥିଲେ।
ଡଲ୍ସ ଆଣ୍ଡ ଡୁନ୍ସ କିଡ୍ଜି ପକ୍ଷରୁ ରକ୍ତଦାନ ଶିବିର
/sambad/media/post_attachments/wp-content/uploads/2018/07/ama-odishablood-donation-camp-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)