ଢେଙ୍କାନାଳ ସାଂସ୍କୃତିକ ପରିଷଦ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର : ଭୁବନେଶ୍ୱରରେ ବସବାସ କରୁଥିବା ଢେଙ୍କାନାଳର ସ୍ଥାୟୀ ବାସିନ୍ଦାମାନଙ୍କର ଦ୍ବାରା ଗଠିତ ଢେଙ୍କାନାଳ ସାଂସ୍କୃତିକ ପରିଷଦର ପ୍ରଥମ ‘ଢେଙ୍କାନାଳ ଉତ୍ସବ ୨୦୧୯’ ପାଳନ ଅବସରରେ ସ୍ଥାନୀୟ ବିଜେବି ନଗରସ୍ଥିତ ଭଂଜ କଳାମଣ୍ଡପଠାରେ ରକ୍ତଦାନ ଶିବିର କରାଯାଇଥଲା। ସମ୍ବାଦ-ଆମ ଓଡ଼ିଶା ଓ ଜଗବନ୍ଧୁ ଜରାଶ୍ରମ, ଭୁବନର ମିଳିତ ଉଦ୍ୟମରେ ଏହି ରକ୍ତଦାନ ଶିବିରଟି ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନ ପକ୍ଷରୁ ଆଶୁତୋଷ ମିଶ୍ର, ଅଶୋକ କୁମାର ନାୟକ, ଉମାକାନ୍ତ ପାଣି, ଡକ୍ଟର ମନୋରଂଜନ ମିଶ୍ର, ଆଲୋକ ରଂଜନ ବିଶ୍ୱାଳ, ପ୍ରେମାନନ୍ଦ ବିଶ୍ୱାଳ ଓ ରାଜନାରାୟଣ ତ୍ରିପାଠୀ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଅନୁଷ୍ଠାନର ସମସ୍ତ ସଦସ୍ୟ/ ସଦସ୍ୟା ରକ୍ତଦାନ କରିବା ସହ ଶିବିର ପରିଚାଳନାରେ ସହଯୋଗ କରିଥିଲେ। କ୍ୟାପିଟାଲ ରକ୍ତଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା। ଆମ ଓଡ଼ିଶାର ରକ୍ତଦାନ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର