ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ରକ୍ତଦାନ ଶିବିର

ଭୁବନେଶ୍ୱର : ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ସପ୍ତମ ପ୍ରତିଷ୍ଠା ଅବସରରେ ସ୍ଥାନୀୟ ଗଣ୍ଡମୁଣ୍ଡାସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ-ଆମ ଓଡ଼ିଶା’ର ସହଯୋଗରେ ଆୟୋଜିତ ଏହି ଶିବିରରେ ଅନୁଷ୍ଠାନର ୩୪ଜଣ ରକ୍ତଦାନ କରିଥିଲେ। ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଚେୟାରମ୍ୟାନ ବୃନ୍ଦାବନ ନାୟକ ଶିବିରକୁ ଉଦ୍‌ଘାଟନ କରିଥିଲେ। ଜେନେରାଲ ମ୍ୟାନେଜର୍ (ଆଡ୍‌ମିନିଷ୍ଟ୍ରେସନ୍‌) ଜଗନ୍ନାଥ ପ୍ରସାଦ ନାୟକ, ରାମମୋହନ ପଟ୍ଟନାୟକ, ବିଜୟ କୁମାର ବିଶ୍ୱାଳ, ପ୍ରଭାକର ସାହୁ, ପ୍ରଭାତ କୁମାର ଦାସ, ସ୍ବରୂପ କୁମାର ବାସା ଓ ଗଗନ ବିହାରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ଶିବିର ପରିଚାଳନା କରିଥିଲେ। ବ୍ୟାଙ୍କର ଅନ୍ୟ ସମସ୍ତ ସହଯୋଗୀ ମଧ୍ୟ ପରିଚାଳନା କାର୍ଯ୍ୟରେ ସହାୟତା କରିଥିଲେ। ଭୁବନେଶ୍ୱ ରମ୍ୟୁନିସିପାଲିଟି କର୍ପୋରେସନ୍ ରକ୍ତଭଣ୍ଡାର ଅଧିକାରୀ ଡ. ଜୟଦୀପ ଘୋଷ ଓ ସାଥୀ କର୍ମଚାରୀମାନେ ଏହି ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର ରକ୍ତଦାନ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀ ଓ ହରେକୃଷ୍ଣ ପ୍ରଧାନଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର