ନୂଆବର୍ଷରେ ରକ୍ତଦାନ ଶିବିର : ଫାଲକନ୍‌ରୁ ୧୦୧ ୟୁନିଟ୍‌ ସଂଗୃହୀତ

ଭୁବନେଶ୍ବର : ନବବର୍ଷରେ ରକ୍ତଦାନ ଭଳି ମହତ୍‌ କାର୍ଯ୍ୟ କରିଛି ଭୁବନେଶ୍ବର ଚନ୍ଦକା ଇଣ୍ଡଷ୍ଟ୍ରିଆଲସ୍ଥିତ ଫାଲକନ୍ ମେରାଇନ୍ ଏକ୍ସପୋର୍ଟ ଲିମିଟେଡ୍‌। ଆମ ଓଡ଼ିଶା ଓ କୁଶ ଫାଉଣ୍ଡେସନ୍‌ର ସହଯୋଗରେ ଆୟୋଜିତ ଏହି ଶିବିରରୁ ମୋଟ୍‌ ୧୦୧ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି।

କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷା କରି ରକ୍ତଦାନ କରାଯାଇଥିଲା। ଏହି ଅବସରରେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ତଥା ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଶିବିରରେ ଯୋଗଦେଇ ସମସ୍ତ ରକ୍ତଦାତା ଓ ଆୟୋଜକଙ୍କ ପ୍ରଶଂସା କରିଥିଲେ।

କୁଶ ଫାଉଣ୍ଡେସନର ଚେୟାରପର୍ସନ ଧରିତ୍ରୀ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଶିବିରକୁ ଉଦ୍‌ଘାଟନ କରିଥିଲେ। ତାଙ୍କ ସହିତ ଫାଲକନର ନିର୍ଦ୍ଦେଶିକା ପ୍ରିୟଙ୍କା ମହାନ୍ତି, ଅନୀଷା ପଟ୍ଟନାୟକ, ଆମ ଓଡ଼ିଶାର ସଂପାଦକ ସ୍ବରାଜ ମିଶ୍ର ଓ ଭୁବନେଶ୍ବର ବିଜେଡି ଜିଲ୍ଲା ସାଂଗଠନିକ ଉପସଭାପତି ମିହିର କୁମାର ରାଉତ ‌ଉପସ୍ଥିତ ଥିଲେ। କୁଶ ଫାଉଣ୍ଡେସନର ସଂଯୋଜକ ଆଶୁତୋଷ ଦାଶ ଓ ଏମ୍ ସୁରେଶ କୁମାର ଶିବିର ପରିଚାଳନା କରିଥିଲେ। ସୂର୍ଯ୍ୟାସ୍ନାତା ମହାନ୍ତି, ଚିତ୍ତରଂଜନ ଦାସ, ସାଜି ସିଆର, ସ୍ବୟଂଶଙ୍କର ଦାସ, ଦେବେନ୍ଦ୍ର ସ୍ବାଇଁ, ବି.ଆର୍‌ ପଟ୍ଟନାୟକ, ଶାନ୍ତନୁ ପାଳ, ରମେଶ ମହାରଣା, କଳ୍ପନା ସାହୁ, ଶୁଭ୍ରାଲିନ୍‌ ଜେନା, କାବେରୀ ପତି, ପଦ୍ମିନୀ ଦାସ, ଚିଲିକା ପ୍ରିିୟଦର୍ଶିନୀ, ସଂଗୀତା ଦାସ, ସସ୍ମିତା ବଳ, ଇପ୍‌ସିତା ପୃଷ୍ଟି, ଶତାବ୍ଦୀ ପରିଜା, ରଶ୍ମିରେଖା ସାହୁ ଓ ପ୍ରଭାତୀ ଦାସ ପରିଚାଳନା କାର୍ଯ୍ୟରେ ସହାୟତା କରିଥିଲେ। ଭୁବନେଶ୍ବର ମ୍ୟୁନିସିପାଲିଟି ରକ୍ତଭଣ୍ଡାର ପକ୍ଷରୁ ସଂଘମିତ୍ରା ସ୍ବାଇଁ, ‌କୈବଲ୍ୟ ପ୍ରଧାନ, ଲିପକ ପାତ୍ର ଓ ପ୍ରକାଶ ଚନ୍ଦ୍ର ବରାଳ ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ କାର୍ଯ୍ୟକ୍ରମ ରାଜ୍ୟ ସଂ‌େଯାଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର