ଭୁବନେଶ୍ୱର : ଓମ୍‌ ଲିଜର୍‌ ହଲିଡେଜ୍‌ ଗ୍ରୁପ୍‌ର ୧୦ମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆଜି ସ୍ଥାନୀୟ ସହିଦନଗରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରୁ ମୋଟ ୨୫ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛ। ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ଓଡ଼ିଶା ଟୁରିଜିମ୍‌ର ଡେପୁଟି ଡାଇରେକ୍ଟର୍‌ ଉତ୍ପଳ ପତି ଉଦ୍‌ଘାଟନ କରିଥିଲେ। ବିଶିଷ୍ଟ ବ୍ୟବସାୟୀ ଜୟନ୍ତ ଭାଇ କାମଦର, ଓମ୍‌ ଲିଜର୍‌ର ପରିଚାଳନା ନିର୍ଦ୍ଦେଶକ ଦେବବ୍ରତ ଦାଶ, ନିର୍ଦ୍ଦେଶିକା ପ୍ରଶାନ୍ତି ତ୍ରିପାଠୀ ଓ ନିର୍ଦ୍ଦେଶକ କୌସ୍ତୁଭ ମହାନ୍ତି ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ମୀରା ପରିଡ଼ା ଓ ମାଧୁରୀ ଯୋଗଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନ ପକ୍ଷରୁ ମାନସ ମହାନ୍ତି, ସୁନୀଲ ଦତ୍ତ ଓ ବିଧୁଭୂଷଣ ପାତ୍ର ଶିବିର ପରିଚାଳନା କରିଥିଲେ। ପ୍ରଜ୍ଞା, ମନୀଷା, ବନ୍ଦନ, ସୁଚୀସ୍ମିତା, ଆଦିତ୍ୟ, ସନ୍ତୋଷ, ପ୍ରକାଶ, ସୁଖୀ ଓ ସରକାର ରକ୍ତଦାନ ଶିବିର ପରିଚାଳନାରେ ସହାୟତା କରିଥିଲେ। ମ୍ୟୁନିସିପାଲିଟି ହସ୍ପିଟାଲ ରକ୍ତଭଣ୍ଡାର ଅଧୀକାରୀ ଡାକ୍ତର ଜୟଦୀପ ଘୋଷ ଓ ତାଙ୍କ ସହକର୍ମୀମାନେ ଉକ୍ତ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ ରକ୍ତଦାନ କାର୍ଯ୍ୟକ୍ରମ ସଂଯୋଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲ।