ଭୁବନେଶ୍ବର: ପିଜେ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନସ୍ ଓ ସମ୍ବାଦ-ଆମ ଓଡ଼ିଶାର ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ କେଶୁରାସ୍ଥିତ ପିଜେ କଲେଜ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ପ୍ରତାପଚନ୍ଦ୍ର ଜେନା ଆନୁଷ୍ଠାନିକ ଭାବେ ଶିବିରକୁ ଉଦ୍ଘାଟନ କରିଥିଲେ। ଉପାଧ୍ୟକ୍ଷ ପ୍ରମୋଦ କୁମାର ଜେନା, ପିଜେ କଲେଜ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜିର ନିର୍ଦ୍ଦେଶିକା ଡ. ବିଷ୍ଣୁପ୍ରିୟା ମିଶ୍ର ଓ ଆମ ଓଡ଼ିଶାର ସଂପାଦକ ସ୍ବରାଜ ମିଶ୍ର ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ନିର୍ମଳ ଚନ୍ଦ୍ର ମଲ୍ଲିକ ଶିବିର ପରିଚାଳନା କରିଥିଲେ।
ଭାଗ୍ୟଲକ୍ଷ୍ମୀ ଦେବୀ, ଇପ୍ସିତା ପାତ୍ର, ସସ୍ମିତା ଶତପଥୀ, ସୀତାରାମ ପାଢ଼ୀ, ଶଶିକାନ୍ତ ସେଠୀ, ମନୋରଂଜନ ମହାନ୍ତ ଓ ସୌମ୍ୟରଂଜନ ପ୍ରଧାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ସହକର୍ମୀଙ୍କ ସମେତ ମୋଟ ୩୬ ଜଣ ରକ୍ତଦାନ କରିଥିଲେ। ଓଡ଼ିଶା ରକ୍ତକେନ୍ଦ୍ର, ଭୁବନେଶ୍ବର ମହାନଗର ନିଗମ ଡାକ୍ତରଖାନାର ସହକର୍ମୀମାନେ ଶିବିରରୁ ରକ୍ତସଂଗ୍ରହ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ କାର୍ଯ୍ୟକ୍ରମ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।