ଭୁବନେଶ୍ବର: ଗୀତାରାଣୀ ସ୍ମୃତି ପାଠାଗାରର ବାର୍ଷିକ ଉତ୍ସବ ପାଳନ ଅବସରରେ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ନେତୃତ୍ବରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ସମାଜସେବୀ ବଳରାମ ସ୍ବାଇଁଙ୍କ ନେତୃତ୍ବରେ କଲ୍ୟାଣୀ ମହାସଂଘର ସହଯୋଗରେ ୫୩ ୟୁନିଟ୍ ରକ୍ତ କ୍ୟାପାଟାଲ ବ୍ଲଡବ୍ୟାଙ୍କ ଦ୍ବାରା ସଂଗ୍ରହ କରାଯାଇଥିଲା । ଏହାକୁ ବାଚସ୍ପତି ସୁରମା ପାଢୀ ଉଦଘାଟନ କରିଥିବାବେଳେ ଏକାମ୍ର ବିଧାୟକ ବାବୁ ସିଂ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ରଶ୍ମୀ ମହାପାତ୍ର, କର୍ପୋରେଟର ମଳୟ ମହାପାତ୍ର, ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥା, ପ୍ରତାପ କେଶରୀ ସାହୁ ଓ ରଶ୍ମିରଂଜନ ପାଣିଗ୍ରହୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଗୀତାରାଣୀ ସ୍ମୃତି ସମ୍ମାନ ଉତ୍କଳ କଳା ସାହିତ୍ୟ ସଂସଦକୁ ପ୍ରଦାନ କରାଯାଇଥିଲା ।
ବାର୍ଷିକୋତ୍ସବ ଅବସରରେ ଗୀତାରାଣୀ ସ୍ମୃତି ପାଠାଗାର ପକ୍ଷରୁ ରକ୍ତଦାନ ଶିବିର
ଗୀତାରାଣୀ ସ୍ମୃତି ପାଠାଗାରର ବାର୍ଷିକ ଉତ୍ସବ ପାଳନ ଅବସରରେ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ନେତୃତ୍ବରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
/sambad/media/media_files/2024/10/15/apst0Qxgje1dffLWwSnZ.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)