ଚକ୍ରଧର ପୁନର୍ବାସ ବିଜ୍ଞାନ ପ୍ରତିଷ୍ଠାନରେ ରକ୍ତଦାନ ଶିବିର

ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ପ୍ରୋସ୍ଥେଟିକ୍ସ୍ ଓ ଅର୍ଥୋଟିକ୍ସ୍ ଦିବସ ପାଳନ ଅବସରରେ ସ୍ଥାନୀୟ ଗୁଡ଼ିଆ ପୋଖରୀ, ବିଲିପଡ଼ାସ୍ଥିତ ଚକ୍ରଧର ପୁନର୍ବାସ ବିଜ୍ଞାନ ପ୍ରତିଷ୍ଠାନରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ‌ହୋଇଯାଇଛି। ଏଥିରୁ ୩୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ସମ୍ବାଦ-ଆମ ଓଡ଼ିଶାର ସ‌ହଯୋଗରେ ଶିବିରଟି ଆୟୋଜିତ ହୋଇଥିଲା। ରାଜ୍ୟ ମାନବାଧିକାର କମିସନ୍‌ର ସଦସ୍ୟ ଅସୀମ ଅମିତାଭ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ।

ତାଙ୍କ ସହିତ ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରମିଳା ଦେବୀ, ଆଦିତ୍ୟ ନାରାୟଣ ନନ୍ଦ, ତୁଷ‌ାରକାନ୍ତ ମହାପାତ୍ର, ପ୍ରତିଷ୍ଠାନର ନିଦ୍ଦେର୍ଶକ ଦୀପକ କୁମାର ସାହୁ ଓ କ୍ୟାପିଟାଲ ହସପିଟାଲ ରକ୍ତକେନ୍ଦ୍ର ନିର୍ଦ୍ଦେଶକ ଡା. ଦେବାଶିଷ ମିଶ୍ର ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଓପାଇ ଓଡ଼ିଶା ରାଜ୍ୟ ଶାଖାର ସଦସ୍ୟମାନେ ମଧ୍ୟ ଶିବିର‌ରେ ଯୋଗ ଦେଇଥିଲେ। ପ୍ରତିଷ୍ଠାନର ଭାଇସ ପ୍ରିନ୍ସିପାଲ ସଙ୍କେତ କୁମାର ରାଉତ ଓ ଆସିଷ୍ଟାଣ୍ଟ ପ୍ରଫେସର ସୋନାଲି ମିଶ୍ର ଶିବିର ପରିଚାଳନା କରିଥିଲେ। ପ୍ରତିଷ୍ଠାନର ସହକର୍ମୀ, ଛାତ୍ରଛାତ୍ରୀ ରକ୍ତଦାନ କରିଥିଲେ। ଓଡ଼ିଶା ରକ୍ତକେନ୍ଦ୍ର, କ୍ୟାପିଟାଲ ହସପିଟାଲର ସହକର୍ମୀମାନେ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ ଶିବିର ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର