ସନ୍ତୋଷ ଟ୍ରେଡିଂ କମ୍ପାନିରେ ରକ୍ତଦାନ ଶିବିର: ୬୩ ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ବର: କରୋନା ପ୍ରଭାବରେ ରାଜ୍ୟର ଅନେକ ରକ୍ତଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି। ଏହି ଅଭାବକୁ କିଛି ମାତ୍ରାରେ ଦୂର କରିବାକୁ ଭୁବନେଶ୍ବର ହଂସପାଳସ୍ଥିତ ସନ୍ତୋଷ ଟ୍ରେଡିଂ କମ୍ପାନି ଓ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। କମ୍ପାନିର ପରିଚାଳନା ନିର୍ଦ୍ଦେଶକ ମୀନଷ ଅଗ୍ରୱାଲ ଓ ଖୁସ୍‌ବୁ ଅଗ୍ରୱାଲ ଉପସ୍ଥିତ ରହି ରକ୍ତଦାନ କରିବା ସହିତ ସମସ୍ତ ରକ୍ତଦାତାଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ। ସୌମ୍ୟରଂଜନ ମହାପାତ୍ର ଶିବିର ସଂଯୋଜନା କରିଥିଲେ। ରମାକାନ୍ତ ରଣା, ସିଏଚ୍ ଆଦିତ୍ୟ କୁମାର, ଆଲିକ୍ ମୁଖାର୍ଜୀ ଓ ପବିତ୍ର ସାହୁ ପରିଚାଳନା କରିଥିବାବେଳେ ସମସ୍ତ ସହକର୍ମୀ ପରିଚାଳନା କାର୍ଯ୍ୟରେ ସହାୟତା କରିଥିଲେ। ଶିବିରରୁ ମୋଟ ୬୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଓଡ଼ିଶା ରକ୍ତକେନ୍ଦ୍ର, କ୍ୟାପିଟାଲ ହସପିଟାଲର ସହକର୍ମୀମାନେ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ ଶିବିର ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା। ରକ୍ତର ଅଭାବ ସମୟ‌ରେ ରକ୍ତଦାନ କରିବାକୁ ଆଗେଇ ଆସିଥିବା ସନ୍ତୋ‌ଷ ଟ୍ରେଡିଂ କମ୍ପାନି ତଥା ସମସ୍ତ ରକ୍ତଦାତାଙ୍କୁୁ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଓ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଦେବାଶିଷ ମିଶ୍ର ସାଧୁବାଦ ଓ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର