ଜୀବନ ଜାଗୃତି ଟ୍ରଷ୍ଟ୍‌ ପକ୍ଷରୁ ରକ୍ତଦାନ ଶିବିର

ଚନ୍ଦ୍ରଶେଖରପୁର: ଜୀବନ ଜାଗୃତି ୱେଲଫେୟାର ଟ୍ରଷ୍ଟ୍‌ ପକ୍ଷରୁ ଲକ୍ଷ୍ମୀବିହାରସ୍ଥିତ ସାଇ ବୋନ ଆଣ୍ଡ୍ ଜଏଣ୍ଟ କ୍ଲିନିକ୍‌ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଭୁବନେଶ୍ବର ‌‌ମେୟର ସୁଲୋଚନା ଦାସ, ୧୨ ନମ୍ବର କର୍ପୋରେଟର୍‌ ଜୟନ୍ତୀ ସାହୁ, ଲକ୍ଷ୍ମୀବିହାର ପରିଷଦର ସଭାପତି ଅଶୋକ ବଳବନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ।

ଶିବିରରୁ ୬୪ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏଥିରେ ଟ୍ରଷ୍ଟ୍‌ର କର୍ମକର୍ତ୍ତା, ସ୍ଥାନୀୟ ଲୋକ, ସ୍ବେଚ୍ଛାସେବୀମାନେ ଯୋଗଦେଇ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମରେ ଟ୍ରଷ୍ଟ୍‌ର ପ୍ରତିଷ୍ଠାତା ଡା. ସୁନୀଲ କୁମାର ଦାଶ, ଚେୟାରମ୍ୟାନ୍ ଡା. ଗୀତାଞ୍ଜଳି ଆରୋରା, ପିଆର୍‌ଓ ରବିଶଙ୍କର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। କ୍ୟାପିଟାଲ୍ ହସ୍ପିଟାଲ ବ୍ଲଡ୍‌ବ୍ୟାଙ୍କ ଅଧିକାରୀମାନେ ରକ୍ତସଂଗ୍ରହରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର