ଭୁବନେଶ୍ବର: ଜେକେ ଲକ୍ଷ୍ମୀ ସିମେଣ୍ଟ ଲିମିଟେଡ୍ର ପୂର୍ବତନ ଚେୟାରମ୍ୟାନ ହରିଶଙ୍କର ସିଙ୍ଘାଣିଆଙ୍କ ୯୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଜେକେ ଲକ୍ଷ୍ମୀ ସିମେଣ୍ଟ ଲିମିଟେଡ୍ ଓ ସମ୍ବାଦ-ଆମ ଓଡ଼ିଶା ମିଳିତ ଉଦ୍ୟମରେ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଜୟଦେବ ବିହାରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଜେକେ ଲକ୍ଷ୍ମୀ ସିମେଣ୍ଟ ଲିମିଟେଡର ଷ୍ଟେଟ୍ ହେଡ ଲଲାଟେନ୍ଦୁ ମିଶ୍ର ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ମାର୍କେଟିଂ ବିଭାଗର ବିକାଶ ସାହୁ ଶିବିର ପରିଚାଳନା କରିଥିଲେ।
ନନ୍ଦ କିଶୋର ରଥ, ଗଙ୍ଗାଧର ପ୍ରଧାନ, ବିଜୟ ସାହୁ ଓ ଅନ୍ୟ ସହକର୍ମୀମାନେ ପରିଚାଳନାରେ ସହଯୋଗ କରିଥିଲେ। ଅନୁଷ୍ଠାନର ସହକର୍ମୀ ଓ ଅନ୍ୟ ସ୍ଥାନୀୟ ସ୍ବେଚ୍ଛାରକ୍ତଦାତାଙ୍କ ସମେତ ମୋଟ ୩୩ ଜଣ ରକ୍ତଦାତା ଶିବିରରେ ରକ୍ତଦାନ କରିଥିଲେ। ଓଡ଼ିଶା ରକ୍ତକେନ୍ଦ୍ର, ଭୁବନେଶ୍ବର ମୁନିସିପାଲିଟି ଡାକ୍ତରଖାନାର ସହକର୍ମୀମାନେ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ ଶିବିର ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା।