ଭୁବନେଶ୍ବର: ସ୍ବାଧୀନତା ଦିବସ ପାଳନ ଅବସରରେ ଓଡ଼ିଶା ଷ୍ଟୁଡେଣ୍ଟସ ଆଣ୍ଡ ୟୁଥ୍ ଆସୋସିଏସନ୍, ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବାଲିଅନ୍ତାସ୍ଥିତ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏନ୍ଏସ୍ଏସ୍ ବ୍ୟୁରୋ, ସିଏଚ୍ଏସ୍ଇ ତଥା ସମ୍ବାଦ-ଆମ ଓଡ଼ିଶାର ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ଆମ ଓଡ଼ିଶାର ସଂପାଦକ ସ୍ବରାଜ ମିଶ୍ର, ଆସ୍ଥା ସ୍କୁଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବଙ୍କିମ ମହାନ୍ତି, ପ୍ରିନ୍ସିପାଲ ପ୍ରଫେସର ଡ. ଶର୍ମିଲା ସୁବ୍ରମନିୟମ୍, ଡ. ବିଶ୍ବମୋହନ ଜେନା, ଛତିଆ ଏମଏଚଡି ମହାବିଦ୍ୟାଳୟର ଅର୍ଥନୀତି ରିଡର ଡ. ନିରଞ୍ଜନ ପାତ୍ର, କାର୍ଯ୍ୟକ୍ରମ ସଂଯୋଜକ, ଏନ୍ଏସ୍ଏସ୍ ବ୍ୟୁରୋ, ସିଏଚ୍ଏସ୍ଇ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।
ଓଡ଼ିଶା ଷ୍ଟୁଡେଣ୍ଟସ ଆଣ୍ଡ ୟୁଥ୍ ଆସୋସିଏସନ୍ ସଭାପତି ସ୍ବାଧୀନ ଦେବାଶିଷ ସ୍ବାଇଁ ଆନୁଷ୍ଠାନିକ ଭାବରେ ଶିବିରକୁ ଉଦ୍ଘାଟନ କରିଥିଲେ। ଆସିଷ୍ଟାଣ୍ଟ ପ୍ରଫେସର ଡ. ସ୍ଥିତପ୍ରଜ୍ଞା ବିଶ୍ବାଳ, ପ୍ରଫେସର୍ ଜିନାଶିଷ ମହାନ୍ତି, ପ୍ରଫେସର ଶତରୂପା ଓ ଡ. ଅଭିଜିତ୍ ମହାନ୍ତି ଶିବିର ପରିଚାଳନା କରିଥିଲେ। ଓଡ଼ିଶା ଷ୍ଟୁଡେଣ୍ଟସ ଆଣ୍ଡ ୟୁଥ୍ ଆସୋସିଏସନ୍ ପକ୍ଷରୁ ସଂପାଦକ ସୌରଜିତ ସାମଲ, ଅବିନାଶ ମହାନ୍ତି, ଭବାନୀ ଶଙ୍କର ଲେଙ୍କା, ଦେବୀ ପ୍ରସନ୍ନ ପଣ୍ଡା, ରାକେଶ ନାୟକ, ଅରଜିତ ପ୍ରସାଦ ରାଉତରାୟ, ବିଭାବସୁ ସ୍ବାଇଁ, ଅଭିଷେକ ଧଳ ଓ ଆଶୁତୋଷ ସ୍ବାଇଁ ତଥା ଆସ୍ଥା ସ୍କୁଲର ସମସ୍ତ ସହକର୍ମୀ ପରିଚାଳନାରେ ସହଯୋଗ କରିଥିଲେ। ସମସ୍ତଙ୍କ ଉଦ୍ୟମରେ ଶିବିରରୁ ୯୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଓଡ଼ିଶା ରକ୍ତକେନ୍ଦ୍ର, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସହକର୍ମୀମାନେ ଶିବିରରୁ ରକ୍ତସଂଗ୍ରହ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ ଶିବିର ରାଜ୍ୟ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।