ବାଲିଅନ୍ତା : ‘ଆମ ଓଡ଼ିଶା’ ଓ ଶ୍ରେୟାଶ୍ରୀ ଦନ୍ତ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବାଲିଅନ୍ତା ବ୍ଲକ ଅଧୀନ ବେଣ୍ଟପୁର ଶାସନ ମଣିଦାସବର ଛକ ସ୍ଥିତ ଶ୍ରେୟାଶ୍ରୀ ଦନ୍ତ ଚିକିତ୍ସାଳୟରେ ଆଜି ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୨୪ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଏଥିସହିତ ଚିକିତ୍ସାଳୟ ପରିସରରେଏକ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ମଧ୍ୟ ଆୟୋଜିତ ହୋଇଥିଲା। ସମାଜସେବୀ ଚନ୍ଦନ କୁମାର ପାତ୍ର ପ୍ରଦୀପ ପ୍ରଜ୍ଜ୍ବଳନ କରି ଶିବିର ଦ୍ବୟର ଶୁଭାରମ୍ଭ କରିଥିଲେ। ୨୦୦ରୁ ଅଧିକ ରୋଗୀ ଦନ୍ତ, ଚକ୍ଷୁ, ସ୍ତ୍ରୀ ଓ ପ୍ରସୂତୀ ରୋଗ ଏବଂ ମେଡିସିନ ବିଭାଗରେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ମାଗଣା ଔଷଧ ନେଇଥିଲେ। ଡାକ୍ତର ତାପସ ରଂଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମେଡିସିନ ବିଭାଗ ଡାକ୍ତର ରାଜକିଶୋର ସ୍ବାଇଁ, ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତର ପି କେ ସାମନ୍ତରାୟଙ୍କ ସମେତ ନୟନିକା ଆଇ କେୟାର ଓ ପାତ୍ର ଫିଜିଓଥେରାପି ଡାକ୍ତର ରୋଗୀ ସେବା କରିଥିଲେ। ଅବସରପ୍ରାପ୍ତ ମେଜର ଚକ୍ରଧର ରାଉତ ଓ ବେଣ୍ଟପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ମୁରଲି ସାହୁ କାର୍ଯ୍ୟକ୍ରମରେ ସାମିଲ ହୋଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ସ୍ଥାନୀୟ ସମ୍ବାଦ ପ୍ରତିନିଧି ନିରଞ୍ଜନ ସେନାପତି ଉପସ୍ଥିତ ଥିଲେ।
ଶ୍ରେୟାଶ୍ରୀ ଦନ୍ତ ଚିକିତ୍ସାଳୟରୁ ୨୪ ୟୁନିଟ ରକ୍ତ ସଂଗ୍ରହ
/sambad/media/post_attachments/wp-content/uploads/2019/10/balianta-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)