ଏକାମ୍ର ରକ୍ତଦାନ ଶିବିରରେ ୫୭୦ ୟୁନିଟ୍‌ ରକ୍ତ ସଂଗ୍ରହ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଶୁକ୍ରବାର ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୫୭୦ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ରାଉତ ଓ ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

ଜୀବନ ବିନ୍ଦୁ ଏକାମ୍ର ଆବାହକ ଅଶ୍ବିନୀ ସୁନ୍ଦରାୟ, ଭୁବନେଶ୍ୱର ବିଜୁ ଯୁବ ଜନତା ଦଳ ସଭାପତି ସମରେଶ ବେଉରା, ପୂର୍ବତନ ଡେପୁଟି ମେୟର କେ. ଶାନ୍ତି, ଯୁବନେତା ସୁବାସ ସୁନ୍ଦରାୟ, ତେଜସ୍ବିନୀ ମିସନ ଶକ୍ତି ମହାସଂଘ ସଭାପତି ମହାମାୟା ସ୍ବାଇଁ, ପୂର୍ବତନ କର୍ପୋରେଟର ଶ୍ରୀଧର ବେହେରା, ହୃଦୟବଲ୍ଲଭ ସାମନ୍ତରାୟ, ଅବନୀ କାନ୍ତ ପାଟ୍ଟଶାଣୀ, ବିନୟିନୀ ଜେନା, ପୁଷ୍ପା ଦାସ, ବରିଷ୍ଠ ନେତା ପ୍ରତାପ ଜେନା,ବିଜୁ ଜନତା ଦଳ ସମ୍ପାଦକ ଡ. ସନ୍ତୋଷ ବେଜ, ଛାତ୍ର ସମ୍ପାଦକ ଅଜିତ ବେହେରା, ନେତାଜୀ ଯୁବକ ସଂଘ ସଭାପତି ସନ୍ତୋଷ ସିଂହ, ଲିଙ୍ଗିପୁର ସରପଞ୍ଚ ରୀନାରାଣୀ ବେହେରା, ସରପଞ୍ଚ ଇତିଶ୍ରୀ ଚମ୍ପତି, ପୂର୍ଣ୍ଣିମା ସାହୁ, ସଂଘମିତ୍ରା ପାଲ, ନର୍ମଦା ସାହୁ, ସମିତିସଭ୍ୟ ଭଗବାନ ସାହୁ, ରଶ୍ମିତା ଶ୍ରୀଚନ୍ଦନ, ରଜନୀ ଦାସ, ପ୍ରଶାନ୍ତ ମୁଖୀ, ଗଜେନ୍ଦ୍ର ବେହେରା, ବିଭୂତି ପ୍ରଧାନ,ଚନ୍ଦ୍ରଶେଖର ମଲ୍ଲିଆ, ଜିତେନ୍ଦ୍ର, ଦାଶରଥୀ ଗରାବଡୁ, ଶ୍ରୀଚନ୍ଦନ ଓ ଲିତୁ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୋଭିଡ୍ ପାଇଁ ସାମାଜିକ ଦୂରତା ରକ୍ଷା କରିବାକୁ ତିନିଟି ସ୍ଥାନରେ ଶିବିର ଆୟୋଜନ କରାଯାଇଥିଲା। ଗଙ୍ଗନଗର, ବ୍ରହ୍ମେଶ୍ବର ପାଟଣା ଓ କଟକ-ପୁରୀ ବାଇପାସ୍‌ସ୍ଥିତ ଏକ ହୋଟେଲ୍ ପରିସରରେ ଶିବିର ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର