ବାରଙ୍ଗ : ଚନ୍ଦକା ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍, ଏନ୍ଏସ୍ଏସ୍ର ମିଳିତ ସହଯୋଗରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ୧୭ ଜଣ ରକ୍ତଦାତା ରକ୍ତଦାନ କରି ପୁରୁଣା ବର୍ଷକୁ ବିଦାୟ ଦେଇଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ଶତପଥୀ ଶିବିରର ଶୁଭାରମ୍ଭ କରିଥିଲେ। ପରେ ଯୁବ ରେଡକ୍ରସ୍ର କାଉନ୍ସିଲର୍ ସୁରେଶ କୁମାର ମହାନ୍ତି, ତାପସ ବେହେରା, ଅବିନାଶ ବେହରୋ, ବୀରେନ୍ ସାହୁ, ସମୀର ବାରିକ, ମନୋଜ କୁମାର ପ୍ରଧାନ, ସୁନିଲ ଦାସ, ଚିତ୍ତରଞ୍ଜନ ଦାସ, ଅର୍ଚିତା ତ୍ରିପାଠୀ, ପିଙ୍କୁ ଭୋଇ, ବିକାଶ ସ୍ବାଇଁ, ସୀତାରାମ କେଶରୀ ଭଟ୍ଟ, ଲିଟୁ ଗୌଡ଼, ସୁଶିଲ ଲେଙ୍କା, ରାକେଶ କୁମାର ସେଠୀ, ସରୋଜ କୁମାର ପଟ୍ଟନାୟକ ରକ୍ତଦାନ କରିଥିଲେ। ଅଧ୍ୟାପକ ନିରଞ୍ଜନ ସୂତାର, ଅଧ୍ୟାପିକା ସୁଧାଂଶୁବାଳା ସାହୁ, ଅବିନାଶ ବେହେରା, ଅକାଶଦୀପ ମହାରଣା ଓ ପ୍ରଣତି ବେହେରା ଶିବିର ପରିଚାଳନାରେ ସହାୟତା କରିଥିଲେ। କଟକ ବଡ଼ମେଡିକାଲ୍ ରକ୍ତ ଭଣ୍ତାର ତରଫରୁ ଡା.ବିଜୟ ଭୂଷଣ ସାହୁ, ଟେକ୍ନିସିଆନ ରାମଚନ୍ଦ୍ର ଖୁଣ୍ଟିଆ, ଶିବଶଙ୍କର ପଟ୍ଟନାୟକ, ଶିବ ମହାରଣା, ବିଷ୍ଣୁ ପ୍ରସାଦ ଘୋଷ, ଶୁଭଶ୍ରୀ ଜେନା, ବିଶ୍ବଜିତ୍ ଦିକ୍ଷୀତ୍ ଓ ନିରଞ୍ଜନ ପଟ୍ଟନାୟକ ରକ୍ତ ସଂଗ୍ରହ କରିଥିଲେ।
ଚନ୍ଦକା ମହାବିଦ୍ୟାଳୟରେ ରକ୍ତଦାନ ଶିବିର
/sambad/media/post_attachments/wp-content/uploads/2019/01/barang-blood-camp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)